ଲକଡାଉନ ନିୟମ ଭାଙ୍ଗିଲେ ବିଜେପି ବିଧାୟକ, ପୁଲିସ୍‌ ରୁଜୁ କଲା ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଲକଡାଉନ ନିୟମ ଭାଙ୍ଗିଲେ ବିଜେପି ବିଧାୟକ, ପୁଲିସ୍‌ ରୁଜୁ କଲା ମାମଲା

ମୁମ୍ବାଇ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଦେଶରେ ଲାଗୁ ହୋଇଥିବା ଲକଡାଉନ ନିୟମକୁ ପାଳନ କରିବାକୁ କହୁଛନ୍ତି। ଏପରି କି ପୁଲିସ୍‌ ଲକଡାଉନ ସମୟରେ ଅମାନିଆ ଭାବେ ଏଣେତେଣେ ବୁଲୁଥିବା କିମ୍ବା ଅଯଥା ଭିଡ଼ ଜମାଉଥିବା ଲୋକଙ୍କୁ ନିର୍ଘାତ ମାଡ଼ ମାରୁଛି। ହେଲେ ମହାରାଷ୍ଟ୍ରରେ ଜଣେ ବିଜେପି ବିଧାୟକ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି।

ବିଧାୟକ ଦାଦାରାଓ କେଚେ ସାମାଜିକ ଦୂରତ୍ୱକୁ ଭୁଲି ଲୋକଙ୍କୁ ୱାର୍ଦ୍ଧା ସ୍ଥିତି ନିଜ ଘରକୁ ଡାକି ରାସନ ବାଣ୍ଟିଛନ୍ତି। ରାସନ ନେବା ପାଇଁ ଲୋକମାନେ ମଧ୍ୟ ପ୍ରବଳ ଭିଡ଼ କରିଥିଲେ। ଦାଦାରାଓ ଏପରି କରି ଲକଡାଉନ ନିୟମ ଭାଙ୍ଗିଥିବାରୁ ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଜିଲ୍ଲା ପ୍ରଶାସନର ନୋଟିସ ପରେ ଆମେ ଏକ ମାମଲା ରୁଜୁ କରିଛୁ। ଏବେ ଆମେ ତଦନ୍ତ ଆରମ୍ଭ କରିବା ସହ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିବୁ। ବିଜେପିର ଅରଭି ବିଧାୟକ ରବିବାର ୯ଟାରେ ମାଗଣାରେ ରାସନ ବାଣ୍ଟିବେ ବୋଲି ନିଜ ନିର୍ବାଚନମଣ୍ଡଳୀରେ ବୁଲିବୁଲି ପ୍ରଚାର କରିଥିଲେ।

ଏହି ଖବର ପାଇ ଶତାଧିକ ଲୋକ ସାମାଜିକ ଦୂରତା ଓ ଲକଡାଉନ ନିୟମକୁ ବେଖାତିର କରି ବିଧାୟକଙ୍କ ୱାର୍ଦ୍ଧା ସ୍ଥିତ ବାସଭବନରେ ପହଞ୍ଚିଥିଲେ। ସରକାର ଭିଡ଼ ଜମାଇବାକୁ ବାରଣ କରିଥିଲେ ହେଁ ଏହାକୁ ବିଧାୟକ ଜଣଙ୍କ ଉଲ୍ଲଙ୍ଘନ କରିଥିଲେ।

ରାସନ ବାଣ୍ଟିବା କାର୍ଯ୍ୟକ୍ରମ କରିବା ପାଇଁ ସେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁମତି ନେଇ ନଥିଲେ। ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ବିଧାୟକଙ୍କ ଏପରି କାର୍ଯ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।



from Odisha Reporter https://ift.tt/2JQ6UFf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages