କରୋନାରେ ବରିଷ୍ଠ ସାମ୍ୱାଦିକଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 7, 2020

କରୋନାରେ ବରିଷ୍ଠ ସାମ୍ୱାଦିକଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ବରିଷ୍ଠ ସାମ୍ୱାଦିକ ବ୍ରହ୍ମ କଞ୍ଜିବୋଟଲା। ସୋମବାର ନ୍ୟୁୟର୍କରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଆମେରିକାରେ ରହି ଭାରତ ପାଇଁ ସାମ୍ୱାଦିକତା କରୁଥିଲେ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ଭାରତ ଏବଂ ଆମେରିକାକୁ ନିକଟତର କରାଇବାରେ ବ୍ରହ୍ମଙ୍କର ଅବଦାନ ରହିଛି। ଏଥିପାଇଁ ସେ ମନେ ରହିବେ। ଏଥିସହ ପରିବାର ଲୋକଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ବ୍ରହ୍ମ କଞ୍ଜିବୋଟଲା ୟୁନାଇଟେଡ ନ୍ୟୁଜ୍ ଫର୍ ଇଣ୍ଡିଆ ଖବର ସରବରାହ ସଂସ୍ଥା ପାଇଁ ପୂର୍ବରୁ ସାମ୍ୱାଦିକତା କରୁଥିଲେ।

ସେହିପରି ନ୍ୟୁୟର୍କରେ ରହୁଥିବା ଭାରତୀୟ ଆଇଟି ଇଞ୍ଜିନିୟର ରୋହନ ବଭଦେକର ଓ ତାଙ୍କ ପରିବାର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ନ୍ୟୁୟର୍କର ଏକ ହସ୍ପିଟାଲରେ ଏବେ ଏହି ସମସ୍ତ ଚିକିତ୍ସାଧୀନ ରହିଛନ୍ତି। ସିଲିକନ ଭ୍ୟାଲିରେ ରହୁଥିବା ଅନ୍ୟଜଣେ ଭାରତୀୟ ସଫ୍ଟଓ୍ୱୟାର ଇଞ୍ଜିନିୟର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ବିଶ୍ୱର ୨୦୯ଟି ଦେଶକୁ ବ୍ୟାପିଛି ମହାମାରୀ କରୋନା। ଏହି ଘାତକ ଭାଇରସରେ ସାରା ବିଶ୍ୱରେ ଏଯାବତ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩୧,୭୦୬ ଛୁଇଁଛି। ୮୨, ୦୮୦ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୯ଟି ଦେଶ ମଧ୍ୟରୁ ୪ଟି ଦେଶରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଛି। ଆମେରିକାରେ ୧୨,୮୫୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୦୦,୪୧୨ ରହିଛି।



from Odisha Reporter https://ift.tt/39SMciO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages