ଅମାନିଆଙ୍କୁ ସାବାଡ କରିବାକୁ ଠେଙ୍ଗା ଧରିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଅମାନିଆଙ୍କୁ ସାବାଡ କରିବାକୁ ଠେଙ୍ଗା ଧରିଲେ ମହିଳା

ଜୟପୁର(ଟି.ଗୌରୀଶଙ୍କର): କରୋନା ଭୂତାଣୁକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ରହିଛି। ଏହି ଭୂତାଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ଘରେ ରହିବା ସହ  ସାମାଜିକ ଦ୍ୱରତ୍ୱ ରକ୍ଷା କରିବାକୁ ମଧ୍ୟ ଲୋକଙ୍କୁ ପରାମର୍ଶ ଦିଆଯାଉଛି।

କରୋନାକୁ ନେଇ ଲୋକଙ୍କୁ ଜାଗ୍ରତ କରିବାକୁ କୋରାପୁଟ ଜିଲ୍ଲା ଜୟପୁର ସହରର ମା’ ବୁଢ଼ା ଭୈରବୀ ମହିଳା ଆରାଗ୍ୟ ସମିତିର ୧୪ରୁ ୧୫ ଜଣ ମହିଳା ଆଗେଇ ଆସିଛନ୍ତି।

ଏହି ସମିତିର ମହିଳାମାନେ ଏବେ ଜୟପୁର ସହରର ଜୟନଗର ଅଞ୍ଚଳର ପାଇକ ସାହିରେ ଦିନ ଓ ରାତି ଠେଙ୍ଗା ଧରି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ଏହାସହ ଅମାନିଆଙ୍କୁ ଉଚିତ ଶିକ୍ଷା ଦେଇ ଘରକୁ ପଠାଉଛନ୍ତି। ଏପରିକି ଯିବା ଆସୁଥିବା ଗାଡିକୁ ଅଟକାଇ  ପଚରାଉଚୁରା ମଧ୍ୟ କରୁଛନ୍ତି। ମହିଳାମାନେ ସକାଳ ୧୧ଟାରୁ ଅପରାହ୍ଣ ୨ଟା ଯାଏ ଜଗୁଛନ୍ତି। ଏହାପରେ ସନ୍ଧ୍ୟା ୬ଟାରୁ ୧୧ଟା ଯାଏ ଜଗୁଛନ୍ତି।

ଏହି ଆରୋଗ୍ୟ ସମିତିର ମହିଳାମାନେ ପୂର୍ବରୁ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କାର୍ଯ୍ୟ ଜୟନଗର ଅଞ୍ଚଳରେ  କରୁଥିଲେ। ହେଲେ ଏବେ କରୋନା ଭୂତାଣୁ କିପରି ଜୟନଗର ଅଞ୍ଚଳକୁ ପ୍ରବେଶ ନକରିବ ସେଥିପାଇଁ ସେମାନେ ଅଣ୍ଟା ଭିଡିଛନ୍ତି।

ଏନେଇ ଜଣେ ମହିଳା କହିଛନ୍ତି,“ ୧୩ ଦିନ ହେଲାଣି ଏଠାରେ  ପହରା ଦେଉଛୁ। କରୋନା ଭାଇରସରୁ ମୁକ୍ତି ପାଇବା ପାଇଁ ଆମେ ସମସ୍ତଙ୍କୁ ସଚେତନ କରୁଛୁ। ଏଥିସହ ହାତ ଧୋଇବା, ମାସ୍କ ପିନ୍ଧିବା ପାଇଁ କହୁଛୁ। ଘରୁ ନ ବାହାରବିକୁ ମଧ୍ୟ ପରାମର୍ଶ  ଦେଉଛୁ।”

 

 

 



from Odisha Reporter https://ift.tt/2wgQ5jI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages