ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ସମ୍ପର୍କରେ ବଡ଼ ବୟାନ ଦେଛନ୍ତି ଯୁବରାଜ ସିଂହ। ରୋହିତ ପୂର୍ବରୁ ଯେଉଁଭଳି ବ୍ୟାଟିଂ କରୁଥିଲେ, ତା’କୁ ଦେଖି ଯୁବରାଜ ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ଇଞ୍ଜିମାମ ଉଲହକଙ୍କ କଥା ଭାବୁଥିଲେ। ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ୨୦୦୭ ମସିହା ଜୁନରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ତେବେ ରୋହିତ ତାଙ୍କ ପ୍ରଥମ ଟି-୨୦ ମ୍ୟାଚରେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ।
ରୋହିତଙ୍କୁ ଦେଖି ଯୁବରାଜ ପ୍ରଥମେ କ’ଣ ଭାବିଥିଲେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ମୁଁ ଭାବୁଛି ସେ ଯେତେବେଳେ ଭାରତୀୟ ଟିମକୁ ଆସିଥିଲେ ସେତେବେଳେ ତାଙ୍କୁ ଦେଖି ମୁଁ ଭାବିଥିଲି ଏହି ଖେଳାଳି ପାଖରେ ବହୁତ ସମୟ ରହିଛି। ତାଙ୍କ ବ୍ୟାଟିଂ ଦେଖି ମୋତେ ଇଞ୍ଜିମାମଙ୍କ କଥା ମନେ ପଡ଼ିଥିଲା। କାରଣ ଇଞ୍ଜିମାମ ବ୍ୟାଟିଂ କରିବା ବେଳେ ବୋଲରଙ୍କ ଠାରୁ ବହୁତ ସମୟ ନେଉଥିଲେ। ସେ ଆଦୌ ତରବର ହେଉ ନଥିଲେ। ରୋହିତ ମଧ୍ୟ ତାଙ୍କ କ୍ୟାରିୟରର ଆରମ୍ଭ ବେଳେ ବୋଲରଙ୍କ ଠାରୁ ବହୁତ ସମୟ ନେଉଥିଲେ।”
ପାକିସ୍ତାନ ପାଇଁ ୧୨୦ ଟେଷ୍ଟ ଓ ୩୦୦ରୁ ଅଧିକ ଦିନିକିଆ ମ୍ୟାଚ୍ ଖେଳିଥିବା ଇଞ୍ଜିମାମ ଚାପ ସମୟରେ ବେଶ ଶାନ୍ତ ରହୁଥିଲେ। ତାଙ୍କର ଏହି ସ୍ୱଭାବ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହେଉଥିଲା। ସେ ୨୦୦୩ରୁ ୨୦୦୭ ଯାଏ ପାକିସ୍ତାନ ଟିମ୍ର ନେତୃତ୍ୱ ମଧ୍ୟ ନେଇଥିଲେ।
from Odisha Reporter https://ift.tt/2XcNvq2
No comments:
Post a Comment