ଭୁବନେଶ୍ୱରରେ ଆଉ ଦୁଇ ‘କରୋନା’ ଆକ୍ରାନ୍ତ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ଭୁବନେଶ୍ୱରରେ ଆଉ ଦୁଇ ‘କରୋନା’ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆଉ ଦୁଇ ଜଣ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୭୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଅନ୍ୟ ଜଣେ ୨୯ ବର୍ଷର ଯୁବକ। ବୃଦ୍ଧ ଜଣକ ହେଉଛନ୍ତି କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀର। ସେ ନିକଟରେ ଅଷ୍ଟ୍ରେଲିଆରୁ ଫେରି ଗତ ୨୨ ତାରିଖରେ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିଲେ। ଆଜି ସେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

ସେହିପରି ଆଉ ଜଣେ ହେଉଛନ୍ତି ବମିଖାଲର। ମାତ୍ର ତାଙ୍କର ଟ୍ରାଭେଲ୍‌ ହିଷ୍ଟୋରୀ ଜଣାପଡ଼ିନାହିଁ। ତେବେ ପୂର୍ବରୁ ଏହି ଅଞ୍ଚଳରୁ ୩ ଭାଇ ‘କରୋନା’ରେ ହୋଇ ଏବେ ଆଇସୋଲେସନ୍‌ରେ ରହିଛନ୍ତି। ସେମାନଙ୍କ ସଂସ୍ପର୍ଶରେ ସେ ଆସିଥିବା ଅନୁମାନ କରାଯାଉଛି। ଏମାନଙ୍କୁ ମିଶାଇ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ଆଜି ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି।

ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ସୂର୍ଯ୍ୟନଗର ପ୍ରଦୀପ୍ତ ଦଳବେହେରା ତାଙ୍କ ଝିଅ, ପତ୍ନୀ ଓ ୫ ଭଡ଼ାଟିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସୂର୍ଯ୍ୟନଗରକୁ ସିଲ୍‌ କରିବା ସହିତ ସାନିଟାଇଜ୍‌ କରିଥିଲା। ଠିକ୍‌ ସେମିତି ବମିଖାଲ ଅଞ୍ଚଳରେ ୩ ଭାଇ ‘କରୋନା’ରେ ଆକ୍ରାନ୍ତ ହୋଇଥିଲେ। ଏକଥା ଜଣାପଡ଼ିବା ପରେ ବିଏମ୍‌ସି ବମିଖାଲର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରି ସାନିଟାଇଜ୍‌ କରିଛନ୍ତି। ଏପରିକି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି, ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଥିଲା ବିଏମ୍‌ସି। ଆଜି ପୁଣି ଦୁଇ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଅଷ୍ଟ୍ରେଲିଆରୁ ଆସିଥିବା ବେଳେ ଅନ୍ୟ ଜଣଙ୍କ ଟ୍ରାଭେଲ୍‌ ଇତିହାସ ପ୍ରକାଶ କରିନି ସ୍ୱାସ୍ଥ୍ୟ ବିଭାଗ।



from Odisha Reporter https://ift.tt/2x511Bl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages