ରାଜ୍ୟର କରୋନା ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

ରାଜ୍ୟର କରୋନା ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ମୋଟ ୫୫୩୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ୫୪୭୭ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ପଜିଟିଭ୍ ରିପୋର୍ଟ ଆସିଥିବା ୬୦ ଜଣଙ୍କ ମଧ୍ୟରୁ ୪୧ ଜଣ ଚିକିତ୍ସାଧୀନ ରହିଛନ୍ତି। ୧୮ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି।

ରାଜ୍ୟରେ ଗତକାଲି ସୁଦ୍ଧା ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୦ ଜଣ ମହିଳା ଅଛନ୍ତି। ବାକିମାନେ ପୁରୁଷ।  ପୁଣି ଆକ୍ରାନ୍ତଙ୍କ ମଧ୍ୟରେ ୦ରୁ ୧୪ବର୍ଷ ମଧ୍ୟରେ ଆଠ ଜଣ ରହିଛନ୍ତି।  ସେହିପରି ୧୫ରୁ ୪୦ ବର୍ଷ ମଧ୍ୟରେ ରହିଛନ୍ତି ସର୍ବାଧିକ ୩୨ ଜଣ। ୪୧ରୁ ୬୦ ବର୍ଷ ମଧ୍ୟରେ ରହିଛନ୍ତି ୧୩ ଜଣ। ୬୦ବର୍ଷରୁ ଅଧିକ ମଧ୍ୟରେ ରହିଛନ୍ତି ୭ ଜଣ।

ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲାରେ। ଏହି ଜିଲ୍ଲାରେ ମୋଟ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତା’ପରେ ଭଦ୍ରକରେ ୩, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଓ ସୁନ୍ଦରଗଡ଼ରେ ୨ଜଣ ଲେଖାଏ ଏବଂ ଢେଙ୍କାନାଳ, ପୁରୀ ଓ କଟକରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।



from Odisha Reporter https://ift.tt/2REGJpI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages