କରୋନା ଚିହ୍ନଟ ପାଇଁ ଦ୍ରୁତ ପରୀକ୍ଷାକୁ ଅନୁମତି ଦେଲା ଆଇସିଏମଆର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

କରୋନା ଚିହ୍ନଟ ପାଇଁ ଦ୍ରୁତ ପରୀକ୍ଷାକୁ ଅନୁମତି ଦେଲା ଆଇସିଏମଆର

ନୂଆଦିଲ୍ଲୀ: ଦିଲ୍ଲୀର ନିଜାମୁଦ୍ଦିନ କରୋନାର ହଟସ୍ପଟ୍ ବୋଲି ଚିହ୍ନଟ ହେବା ପରେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) କରୋନା ଟେଷ୍ଟ ଅଧିକରୁ ଅଧିକ ଶୀଘ୍ର କରିବା ପାଇଁ ଅନୁମତି ଦେଇଛି। ଯେଉଁଠାରେ ଅଧିକ ସଂକ୍ରମିତ ହେଉଛନ୍ତି ସେହି ସ୍ଥାନରୁ ଆସୁଥିବା ସ୍ୱାବ ଗୁଡ଼ିକର ଶୀଘ୍ର କରୋନା ପରୀକ୍ଷା ହେବ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି।

ଆଇସିଏମଆର କହିଛି, ଯେଉଁମାନଙ୍କ ଶରୀରରେ ଫ୍ଲୁ ଜନିତ ଅସୁସ୍ଥତା ଦେଖାଯିବ ସେମାନଙ୍କ ଉପରେ ନଜର ରଖାଯିବ। ସମସ୍ତ ମାମଲାକୁ ଗୁରୁତର ଭାବରେ ବିଚାର କରି ଚିକିତ୍ସା କରାଯିବ। ଆବଶ୍ୟକ ପଡ଼ିଲେ ଅତିରିକ୍ତ ତଦନ୍ତ ପାଇଁ ସିସିଟିଭି ଅଫିସର କିମ୍ବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନଜରକୁ ଅଣାଯିବ।

ଅନେକ ହଟସ୍ପଟ୍ ଚିହ୍ନଟ ହୋଇଛି, ଯେଉଁଠାରେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ସ୍ଥାନରେ ଏହି ସଂକ୍ରମଣ କେତେ ବ୍ୟାପିଛି ଜାଣିବା ପାଇଁ ଅଧିକରୁ ଅଧିକ କରୋନା ଟେଷ୍ଟ ଏବେ ହେବ। ରେଜଲ୍ଟ ଆସିବା ପରେ ସେତେ ଶୀଘ୍ର ଚିକିତ୍ସା କରାଯାଇ ନିରାକରଣ କରାଯିବ। ସନ୍ଦେହ ହେଲେ ୧୪ ଦିନ ପାଇଁ ଏକାନ୍ତବାସରେ ରଖାଯିବ ବୋଲି ଆଇସିଏମଆରର ଡକ୍ଟର ଆର ଗଙ୍ଗା ଖେଡକର କହିଛନ୍ତି।

ସେହପିର ଯେଉଁମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ସେମାନଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। କୋଭିଡ-୧୯ ପରୀକ୍ଷା କରୁଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଗ୍ଲୋଭସ୍, ମାସ୍କ ଏବଂ ହେଡକୋଭର ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/3dYqIUM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages