ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ବ୍ୟାପିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ କରୋନେ ଜନିତ ମୃତ୍ୟୁସଂଖ୍ୟା ୧୧୪ରେ ପହଞ୍ଚି ଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୪୨୧ ରହିଛି। ସୋମବାର ଭାରତରେ ୭୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଗତକାଲି ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୮୧ ଓ ମୃତକଙ୍କ ସଂଖ୍ୟା ୧୧୧ ରହିଥିଲା। ହେଲେ ଆଜି ଏହା ବୃଦ୍ଧି ଘଟିଛି।
୪୪୨୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ସାର୍ବଧିକ ୮୬୮ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ପ୍ରାଣ ହରାଇ ସାରିଲେଣି। ଏହା ପଛକୁ ତାମିଲନାଡୁ ରହିଛି। ତାମିଲନାଡୁରେ ବର୍ତ୍ତମାନ ସୁଦ୍ଧା ୬୨୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି।
ଏହାବାଦ ଆନ୍ଧ୍ର ପ୍ରଦେଶରେ ୨୬୬ ଜଣ କରୋନା ରୋଗୀ ଠାବ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଣ୍ଡାମାନ ନିକୋବରରେ ୧୦ ଜଣ, ଅରୁଣାଚଳପ୍ରଦେଶରେ ୧, ଆସାମରେ ୨୬, ବିହାରରେ ୩୨, ଚଣ୍ଡିଗଡ଼ରେ ୧୮, ଛତିଶଗଡ଼ରେ ୧୦, ଦିଲ୍ଲୀରେ ୫୨୩, ଗୋଆରେ ୭, ଗୁଜରାଟରେ ୧୪୪, ହରିଆଣାରେ ୯୦, ହିମାଚଳ ପ୍ରଦେଶରେ ୧୩, ଜମ୍ମୁ-କଶ୍ମରରେ ୧୦୯, ଝାରଖଣ୍ଡରେ ୪, କର୍ଣ୍ଣାଟକାରେ ୧୫୧, କେରଳରେ ୩୨୭, ଲଦାଖରେ ୧୪, ମଧ୍ୟପ୍ରଦେଶରେ ୧୬୫, ମଣିପୁରରେ ୨, ମିଜୋରାମରେ ୧, ଓଡ଼ିଶାରେ ୪୦, ପୁଡୁଚେରୀରେ ୫, ପଞ୍ଜାବରେ ୭୬, ରାଜସ୍ଥାନରେ ୨୮୮, ତେଲେଙ୍ଗାନାରେ ୩୨୧, ତ୍ରିପୁରାରେ ୧, ଉତ୍ତରାଖଣ୍ଡରେ ୩୧, ଉତ୍ତର ପ୍ରଦେଶରେ ୩୦୫ ଓ ପଶ୍ଚିମବଙ୍ଗରେ ୯୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
from Odisha Reporter https://ift.tt/2RjzCCJ
No comments:
Post a Comment