ରାଜ୍ୟର ପ୍ରଥମ କରୋନା ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 7, 2020

ରାଜ୍ୟର ପ୍ରଥମ କରୋନା ମୃତକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଥିବା ବେଳେ ଗତକାଲି ଏଥିରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏହି ୭୨ ବର୍ଷୀୟ ବୃଦ୍ଧ ଜଣଙ୍କ ଭୁବନେଶ୍ୱରର ବାସିନ୍ଦା ଥିଲେ। ଏହା ହେଉଛି ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବାର ପ୍ରଥମ ମାମଲା। 

ଏବେ ଉକ୍ତ ବୃଦ୍ଧଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ, ତାଙ୍କଠାରୁ ଅନ୍ୟ କାହାକୁ ସଂକ୍ରମଣ ହୋଇଛି କି ନାହିଁ, ତା’ର ଅନୁସନ୍ଧାନ ହେଉଛି। ଅର୍ଥାତ୍ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ, ଝାରପଡ଼ା ଅଞ୍ଚଳରେ ରହୁଥିବା ଏହି ବୃଦ୍ଧଙ୍କର ଗତକାଲି ଭୁବନେଶ୍ୱର ଏମ୍ସ ମୃତ୍ୟୁ ହୋଇଥିଲା। ତାଙ୍କୁ ଗତ ୪ ତାରିଖରେ ଏମ୍ସର ଭର୍ତ୍ତି କରାଯାଇଥିଲା। ତାଙ୍କର ଉଚ୍ଚ ରକ୍ତଚାପ ଥିଲା। ତେବେ ଲକ୍ଷଣ ଦେଖି ସନ୍ଦେହ ବଢ଼ିବାରୁ ୫ ତାରିଖରେ ତାଙ୍କ ସାମ୍ପଲ ଟେଷ୍ଟ ପାଇଁ ଆରଏମ୍‌ଆରସିକୁ ପଠାଯାଇଥିଲା। ନମୁନା ପରୀକ୍ଷା ବେଳେ ସେ କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ଏଥିସହ ତାଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇ ଚିକିତ୍ସା ଚାଲିଥିଲା। ତେବେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା।

 



from Odisha Reporter https://ift.tt/34hOOpl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages