ଲକଡାଉନ୍: ମଦ ବଦଳରେ ରଙ୍ଗ ଏବଂ ବାରନିଶ ପିଇ ତିନି ଜଣଙ୍କର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଲକଡାଉନ୍: ମଦ ବଦଳରେ ରଙ୍ଗ ଏବଂ ବାରନିଶ ପିଇ ତିନି ଜଣଙ୍କର ମୃତ୍ୟୁ

ଚେନ୍ନାଇ: ଲକଡାଉନ୍ ପାଇଁ ମଦ ମିଳୁନି। ପ୍ରତିବଦଳରେ ରଙ୍ଗ ଓ ବାରନିଶକୁ ମିଶାଇ ପିଇବା ପରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁର ଚେଙ୍ଗଲପଟ୍ଟୁରେ ତିନି ଜଣଙ୍କର ଏଭଳି ମୃତ୍ୟୁ ଘଟିଛି। ରବିବାର ଏହି ଅଘଟଣ ଘଟିଛି। ତିନି ମୃତକ ହେଲେ ଶବଶଙ୍କର, ପ୍ରଦୀପ ଏବଂ ଶିବରମଣ।

ଏହି ତିନି ଜଣ ରଙ୍ଗ ଓ ବାରନିଶକୁ ମିଶାଇ ପିଇବା ପରେ ବାନ୍ତି କରିଥିଲେ। ଏହାପରେ ତିନି ଜଣଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା। ପରେ ହସ୍ପିଟାଲରେ ଜଣଙ୍କ ପରେ ଜଣଙ୍କର ମୃତ୍ୟୁ ହୋଇଥିଲା।
ଏହି ତିନି ଜଣ ଅଭ୍ୟାସଗତ ମଦୁଆ। ୧୨ ଦିନ ହେବ ମଦ ପିଇବାକୁ ନପାଇବାରୁ ବାଧ୍ୟ ହୋଇ ରଙ୍ଗ ଓ ବାରନିଶକୁ ମିଶାଇ ପିଇଥିଲେ ବୋଲି ପୁଲିସ ପ୍ରାଥମିକ ଭାବରେ ଜାଣିବାକୁ ପାଇଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୫ ରାତି ୧୨ଟାରୁ ସାରା ଦେଶ ୨୧ ଦିନ୍ ପାଇଁ ଲକଡାଉଉନ୍ ରହିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନ୍ ରହିଛି। ଜୁରରୀ ସାମଗ୍ରୀ ଓ ସେବାକୁ ଛାଡ଼ିଦେଲେ ଆଉ ସମସ୍ତ ସେବା ବନ୍ଦ ରହିଛି।

ନିକଟରେ ମହାରାଷ୍ଟ୍ରର ଜଣେ ଅଟୋ ଚାଳକ ମଦ ନପାଇବାରୁ ଶରୀରରେ ନିଆଁ ଲଗାଇ ଦେଇଥିଲା। ସେହିପରି କେରଳରେ ମଧ୍ୟ ମଦ ନପିଇ କିଛି ଆତ୍ମହତ୍ୟା କରିଥିବା ଅଭିଯୋଗ ରହିଛି। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜଣେ ରୋଗୀକୁ ଘରେ ମଦ ଯୋଗାଇ ଦିଆଯିବ ବୋଲି କେରଳ ସରକାର ଘୋଷଣା କରିଛନ୍ତି। କିନ୍ତୁ କେରଳ ହାଇକୋର୍ଟ ସରକାରଙ୍କ ଏପରି ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି।



from Odisha Reporter https://ift.tt/2RejPVA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages