କରୋନା ଯୁଦ୍ଧରେ ଓଡ଼ିଆ ଆଇଏଏସ ଗୌଣ, ଦୁଇ ତାମିଲ୍ ଅଫିସରଙ୍କୁ ଶ୍ରେୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 11, 2020

କରୋନା ଯୁଦ୍ଧରେ ଓଡ଼ିଆ ଆଇଏଏସ ଗୌଣ, ଦୁଇ ତାମିଲ୍ ଅଫିସରଙ୍କୁ ଶ୍ରେୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ମୁକାବିଲା ପାଇଁ ଦୁଇ ତାମିଲ୍ ଅଫିସରଙ୍କୁ ଶ୍ରେୟ ଦେଇଛି ତାମିଲନାଡୁର ଚେନ୍ନାଇରୁ ପ୍ରକାଶ ପାଉଥିବା ଦୈନିକ ଇଂରାଜୀ ଖବରକାଗଜ ‘ନ୍ୟୁଜ ଟୁଡେ’। ୧୯୮୨ରୁ ଆରମ୍ଭ ହୋଇଥିବା ଏହି ଖବରକାଗଜ ତା’ର ଓ୍ୱେବସାଇଟରେ ଏ ନେଇ ଖବର ପ୍ରକାଶ କରିଛି। ଏହି ଖବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ନେଇ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଦୁଇ ତାମିଲ୍ ଅଫିସରଙ୍କ ପରାମର୍ଶ କ୍ରମେ ବୋଲି ‘ନ୍ୟୁଜ ଟୁଡେ’ ପ୍ରକାଶ କରିଛି।

ଓଡ଼ିଶା ଏପ୍ରିଲ ୩୦ ଯାଏ ଲକଡାଉନ୍ ଅବଧି ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଏହାବାଦ ସ୍ୱାସ୍ଥ୍ୟକର୍ମୀଙ୍କ ଦରମା ଆଗୁଆ ୪ ମାସ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହିସବୁ କାମ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ୧୯୮୪ ମସିହାର ଆଇଏଏସ ଅଫିସର ଆର ବାଲକୃଷ୍ଣନ ଏବଂ ୨୦୦୦ ମସିହାର ଆଇଏଏସ ଅଫିସର ତଥା ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ କ୍ରମେ ହୋଇଛି।

ସବୁଠୁ ବଡ଼ କଥା ହେଲା ପ୍ରକାଶ ପାଇଥିବା ଏହି ଖବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଇନାହିଁ। ଏହାବାଦ୍ ଏହି ଯୁଦ୍ଧରେ ଓଡ଼ିଆ ଆଇଏଏସ ଅଫିସରଙ୍କ ଅବଦାନ ସଂପର୍କରେ କିଛି ଉଲ୍ଲେଖ ନାହିଁ। ସମସ୍ତ ନିଷ୍ପତ୍ତି ପଛରେ ପାଣ୍ଡିଆନ୍ ଏବଂ ବାଲକୃଷ୍ଣନ ହିଁ ମୁଖ୍ୟ ବୋଲି ଉପସ୍ଥାପିତ ହୋଇଛି।

ଓଡ଼ିଆ ଆଇଏଏସ ଅଫିସର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନାମ ମଧ୍ୟ ଏହି ଖବରର ନିଆଯାଇ ନାହିଁ। ଅନ୍ୟପଟେ କରୋନା ଏକ ସ୍ୱାସ୍ଥ୍ୟ ସମସ୍ୟା। ଏବେ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗର ସଚିବ ଅଛନ୍ତି ନିକୁଞ୍ଜ ଧଳ। ନିକଟରେ ତାଙ୍କର ବାପାଙ୍କର ଦେହାନ୍ତ ହୋଇଥିଲା। କର୍ତ୍ତବ୍ୟବୋଧରୁ ସେ ମୁଖାଗ୍ନି ଦେଇ ଆସି ପୁଣି ଅଫିସରେ ପୂର୍ବପରି କାମ କରିଥିଲେ। ଯାହାକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମଓ ଟୁଇଟ୍ କରି ପ୍ରଶଂସା କରିଥିଲେ। କିନ୍ତୁ ଏହି ରିପୋର୍ଟରେ ତାଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ।

ଏହାର ଦିନକ ପୂର୍ବରୁ କରୋନା ମୁକାବିଲାକୁ ନେଇ ଓଡ଼ିଶାର ମଡ଼େଲକୁ ଆଉ ଏକ ତାମିଲ ପତ୍ରିକା ପ୍ରଶଂସା କରିଥିଲା। ଯେଉଁଥିରେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରାଯାଇଥିଲା। ଚେନ୍ନାଇରୁ ପ୍ରକାଶିତ ହେଉଥିବା ଜୁନିଅର ବିକେତନ ତାମିଲ ପତ୍ରିକାର ପ୍ରଚ୍ଛଦରେ ନବୀନଙ୍କର ଶଙ୍ଖ ଫୁଙ୍କୁଥିବା ଚିତ୍ର ଦିଆଯାଇ ଲେଖାଯାଇଛି, କରୋନା ମୁକାବିଲା କ୍ଷେତ୍ରରେ ସାରା ବିଶ୍ୱ ପାଇଁ ନବୀନ ହେଉଛନ୍ତି ମାର୍ଗଦର୍ଶକ।



from Odisha Reporter https://ift.tt/3e9JQQ5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages