ହାଇଦ୍ରାବାଦ: ୧୨ଶହ ପ୍ରବାସୀ ଶ୍ରମିକଙ୍କୁ ନେଇ ତେଲେଙ୍ଗାନାରୁ ଆଜି ଏକ ଟ୍ରେନ ଝାଡ଼ଖଣ୍ଡ ଅଭିମୁଖେ ବାହାରିଛି। ଲକଡାଉନ୍ ପାଇଁ ଏହି ଶ୍ରମିକ ଫସିଯାଇଥିଲେ। ସକାଳ ୫ଟାରେ ଏହି ଟ୍ରେନ ଲିଙ୍ଗମପଲି ଟ୍ରେନରେ ବାହାରି ରାତି ୧୧ଟା ସୁଦ୍ଧା ଝାଡ଼ଖଣ୍ଡର ହଟିଆ ଷ୍ଟେସନ ପହଞ୍ଚିବ ବୋଲି ରେଳ ବିଭାଗ ତରଫରୁ ସୂଚନା ମିଳିଛି। ବାଟରେ କୌଣସି ଷ୍ଟେସନରେ ଏହି ଟ୍ରେନ ରହିବ ନାହିଁ ବୋଲି ଆରପିଏଫ ନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି।
ଝାଡ଼ଖଣ୍ଡରେ ଏହି ପ୍ରବାସୀ ଶ୍ରମିକ ପହଞ୍ଚିବା ପରେ ରାଜ୍ୟ ସରକାର ସମସ୍ତଙ୍କୁ ଏକାନ୍ତବାସରେ ରଖିବା ସହିତ କରୋନା ପରୀକ୍ଷା କରାଇବେ। କରୋନା ପାଇଁ ସାରା ଦେଶରେ ମାର୍ଚ୍ଚ ୨୪ ରୁ ମାଲବାହୀ ଟ୍ରେନକୁ ଛାଡ଼ି ଦେଲେ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଆଦି ବନ୍ଦ ରହିଛି।
from Odisha Reporter https://ift.tt/2YlfGUf
No comments:
Post a Comment