ଡାକ୍ତରଖାନାରୁ ଘରକୁ ଫେରୁଥିଲେ, ପିଟି ଦେଲା କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 18, 2020

ଡାକ୍ତରଖାନାରୁ ଘରକୁ ଫେରୁଥିଲେ, ପିଟି ଦେଲା କାର୍‌

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ଥିବା କୁକୁରିକାନି ସରକାରୀ ଡାକ୍ତରଖାନା ନିକଟରେ ଏକ କାର୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି l ମୃତା ମହିଳାଙ୍କ ନାଁ  ଲତା ବେହେରା (୩୫)।  ତାଙ୍କ ଘର କୁତାବଗା ଗାଁରେ। ଏହି ଦୁର୍ଘଟଣାରେ ଲତାଙ୍କ ଝିଅ ରେଣୁକା ଗୁରୁତର ହୋଇଛନ୍ତି।

ଆଜି ସକାଳ ପ୍ରାୟ ୧୧ଟା ବେଳେ ଲତା ନିଜ  ଝିଅ ରେଣୁକା ସହ କୁକୁରିକାନି ସରକାରୀ ଡାକ୍ତରଖାନାକୁ ଯାଇଥିଲେ। ସେଠାରୁ  ଚାଲି ଚାଲି ଘରକୁ  ଫେରୁଥିଲେ l  ହେଲେ ଅଳ୍ପ ବାଟ ପରେ  ସେହି ଡାକ୍ତରଖାନାର ଜଣେ ଡାକ୍ତରଙ୍କ କାର୍‌ ଉଭୟଙ୍କୁ   ପଛ ପଟୁ ଧକ୍କା ଦେଇଥିଲା।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ମଣ୍ଡାଳିଆସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ଲତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ୍‌ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିଛି। ଏଥିସହ କାର୍‌ ଡ୍ରାଇଭରକୁ ଅଟକ ରଖିଛି।  ତେବେ ଦୁର୍ଘଟଣା  ସମୟରେ ଡାକ୍ତର କାର୍‌ରେ ନଥିଲେ।



from Odisha Reporter https://ift.tt/3bkZXsb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages