ପାଲଘର ହତ୍ୟା ଘଟଣାରେ ୩୫ ପୁଲିସ କର୍ମଚାରୀଙ୍କ ବଦଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 28, 2020

ପାଲଘର ହତ୍ୟା ଘଟଣାରେ ୩୫ ପୁଲିସ କର୍ମଚାରୀଙ୍କ ବଦଳି

ପାଲଘର: ଏପ୍ରିଲ ୧୬ରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ହୋଇଥିବା ହତ୍ୟା ଘଟଣାରେ ପୁଲିସ କର୍ମଚାରୀଙ୍କ ବଦଳି କରିଛନ୍ତି ସରକାର। ହତ୍ୟା ଘଟଣାର ୧୨ ଦିନ ପରେ ମହାରାଷ୍ଟ୍ର ସରକାର ୩୫ ପୁଲିସ କର୍ମଚାରୀଙ୍କର ବଦଳି କରିଛନ୍ତି। ଦୁଇ ଜଣ ସାଧୁ ଏବଂ ତାଙ୍କର ଡ୍ରାଇଭର ଏପ୍ରିଲ ୧୬ରେ ହତ୍ୟାର ଶିକାର ହୋଇଥିଲେ। ପୂର୍ବରୁ ଏହି ହତ୍ୟା ଘଟଣାରେ ସରକାର ୨ ଜଣ ପୁଲିସ ଅଫିସରଙ୍କୁ ନିଲମ୍ୱିତ କରି ସିଆଇଡିକୁ ମାମଲା ହସ୍ତାନ୍ତର କରିସାରିଛନ୍ତି।

ବଦଳି ହୋଇଥିବା ପୁଲିସ କର୍ମଚାରୀ ପାଲଘର ଜିଲ୍ଲାର କସ ପୁଲିସ ଷ୍ଟେସନରେ ନିୟୋଜିତ ଥିଲେ। ଯେଉଁଠାରେ ଏହି ହତ୍ୟା ଘଟଣା ଘଟିଛି। ପୁଲିସ ଏହି ଘଟଣାରେ ୧୧୦ ଜଣ ସ୍ଥାନୀୟ ଲୋକଙ୍କୁ ଗିରଫ କରିଛି। ଏଥିମଧ୍ୟରୁ ଅନେକଙ୍କର ରାଜନୀତିକ ଲିଙ୍କ୍ ରହିଛି।



from Odisha Reporter https://ift.tt/3f6Vqfl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages