ଦୁଇ ଝିଅ ପରେ ଏବେ ପ୍ରଯୋଜକ କରିମ୍ ମଧ୍ୟ କରୋନା ପଜିଟିଭ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 9, 2020

ଦୁଇ ଝିଅ ପରେ ଏବେ ପ୍ରଯୋଜକ କରିମ୍ ମଧ୍ୟ କରୋନା ପଜିଟିଭ୍

ମୁମ୍ବାଇ: ବଲିଉଡର ଜଣା ଶୁଣା ପ୍ରଯୋଜକ କରିମ୍ ମୋରାନୀଙ୍କ ଦୁଇ ଝିଅ କରୋନା ସଂକ୍ରମିତ ବାହାରିବା ପରେ ଏବେ ନିଜେ କରିମ୍ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ରବିବାର ପ୍ରଥମେ ତାଙ୍କ ଝିଅ ସାଜା ମୋରାନି କରୋନା ପଜିଟିଭ୍ ଚିହ୍ନଟ ହୋଇିଥିଲେ। ଏହାପରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଟେଷ୍ଟ ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସମସ୍ତଙ୍କ କରୋନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ କରିମଙ୍କ ଦ୍ୱିତୀୟ ଝିଅ ଜୋଆ ମୋରାନି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ବର୍ତ୍ତମାନ କରିମଙ୍କ ରିପର୍ଟ ମଧ୍ୟ ପଜିଟିଭ୍ ବାହାରିଛି।

ସୂଚନା ଅନୁଯାୟୀ କରିମ୍ ଏବେ  ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ପୂରା ପରିବାର ମୁମ୍ବାଇର ଜୁହୁ ଅଞ୍ଚଳରେ ରୁହନ୍ତି। ସେ ରହୁଥିବା ବିଲ୍ଡିଂରେ ସମସ୍ତେ ଏକ ପ୍ରକାର ଆତଙ୍କିତ ହୋଇଯାଇଛନ୍ତି। ପୂରା ବିଲ୍ଡିଂକୁ ମୁମ୍ବାଇ ପ୍ରଶାସନ ସିଲ୍ କରିଦେଇଛି। ବର୍ତ୍ତମାନ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ପରୀକ୍ଷା ଚାଲିଛି।

ସୂଚନାଯୋଗ୍ୟ, କରିମ୍ ମୋରାନି ଅନେକ ବଡ଼ ବଡ଼ ବଲିଉଡ୍ ଫିଲ୍ମ ତିଆରି କରିଛନ୍ତି।  ସେ ‘ଚେନ୍ନାଇ ଏକ୍ସପ୍ରେସ’, ‘ରାଜା ହିନ୍ଦୁସ୍ତାନୀ’, ‘ଦିଲୱାଲେ’, ‘ଦମ୍’ ଓ ‘ହାପି ନ୍ୟୁ ଇୟର୍’ ଭଳି ହିଟ୍ ଫିଲ୍ମ ନିର୍ମାଣ କରିଛନ୍ତି। କୁହାଯାଏ ଯେ ସେ ଶାହାରୁଖ ଖାନଙ୍କର ଜଣେ ଘନିଷ୍ଠ ବନ୍ଧୁ। ତାଙ୍କ ଝିଅ ଜୋଆ ମୋରାନି ଜଣେ ବଲିଉଡ୍ ଅଭିନେତ୍ରୀ। ସେ ‘ଅଲୱେଜ୍ କଭି କଭି’, ‘ମସ୍ତାନ୍’, ‘ଭାଗ ଜନି’ ଭଳି ଫିଲ୍ମ କରିବା ସହ ‘ଅକୂରି’ ଓ ‘ଭୂତ୍ ପୂର୍ବା’ ଭଳି ୱେବ୍ ସିରିଜରେ କାମକରିଛନ୍ତି। ଏହା ବ୍ୟତୀତ ସେ ଶାହାରୁଖ ଖାନଙ୍କ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ ଏବଂ ଫିଲ୍ମ ‘ହାଲ୍ଲାବୋଲ୍’ରେ ସହ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି।

 



from Odisha Reporter https://ift.tt/34nBShs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages