ଭୁବନେଶ୍ୱର(ଓଡିଶା ରିପୋର୍ଟର): ସମଗ୍ର ବିଶ୍ୱରେ କରୋନାର ଭୟାବହତାକୁ ଦେଖି ରାଜ୍ୟ ସରକାର ପ୍ରଥମେ ୨୧ ଦିନିଆ ଲକ୍ଡାଉନ ଘୋଷଣା କରିଥିଲେ। ହେଲେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ପାର କରିଯାଇଥିବା ବେଳେ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା ।
ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ବହୁ ତର୍ଜମା ପରେ ଅର୍ଥନୀତି ଅପେକ୍ଷା ରାଜ୍ୟବାସୀଙ୍କ ଜୀବନକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ତେଣୁ ଆସନ୍ତା ୧୪ ତାରିଖରେ ଶେଷ ହେବାକୁ ଥିବା ଲକ୍ଡାଉନ ଅବଧିକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଚଳିତ ନ ହୋଇ ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ନିଷ୍ପତ୍ତିକୁ ପାଳନ କରିବା ନିମନ୍ତେ ରାଜ୍ୟବାସୀଙ୍କୁ ସ୍ତତନ୍ତ୍ର ବାର୍ତ୍ତା ଦେଇଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ।
କରୋନା ଭୂତାଣୁର ଭୟାବହତା ଦୃଷ୍ଟିରୁ ରାଜ୍ୟ ସରକାର ନେଉଥିବା ନିଷ୍ପତ୍ତିକୁ ଆନ୍ତରିକତାର ସହ ପାଳନ କଲେ ରାଜ୍ୟବାସୀ ସୁରକ୍ଷିତ ରହିବେ। ରାଜ୍ୟ ସରକାର ସବୁବେଳେ ଜନସାଧାରଣଙ୍କ ଜୀବନକୁ ପ୍ରାଥମିକତା ଦେଉଥିବା ବେଳେ ରାଜ୍ୟବାସୀ ମଧ୍ୟ ଲକ୍ଡାଉନ ନିଷ୍ପତ୍ତି ମାନି ନେବାକୁ ସେ ନିବେଦନ କରିଛନ୍ତି ।
ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ଏହି ବିପଦ ଅତି ଶୀଘ୍ର ଟଳିଯାଉ ବୋଲି ନିଜ ବାର୍ତ୍ତାରେ ଗଜପତି ମହାରାଜ କହିଛନ୍ତି।
from Odisha Reporter https://ift.tt/2XoPgkb
No comments:
Post a Comment