କିମ ଜଙ୍ଗ ଉନ ମୃତ ବୋଲି କହିଲା ଚାଇନା ଟିଭି ଚ୍ୟାନେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

କିମ ଜଙ୍ଗ ଉନ ମୃତ ବୋଲି କହିଲା ଚାଇନା ଟିଭି ଚ୍ୟାନେଲ

ବେଜିଂ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଜାରି ରହିଥିବା ସସପେନ୍ସ ଉପରେ ଚାଇନାରେ ପରିଚାଳିତ ଏକ ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ ପୂର୍ଣ୍ଣଚ୍ଛେଦ ଟାଣିଛି। ବ୍ରେନ ଡେଡରେ ରହିଥିବା କିମ ଜଙ୍ଗ ଉନ ପ୍ରାଣ ହରାଇଥିବା ଏହି ଟିଭ ଚ୍ୟାନେଲ ପକ୍ଷରୁ କୁହାଯାଇଛି।

ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ ହେଉଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସମ୍ପର୍କୀୟ। ଏହି ଖବର ପ୍ରଚାର ହେବା ପରେ ମଧ୍ୟ ଚାଇନା ସରକାର କିମ ଜଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ଉତ୍ତର ରଖିନାହାନ୍ତି। ବରଂ କିମଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ସରକାର ଏକ ମେଡିକାଲ ଟିମ ଉତ୍ତର କୋରିଆ ପଠାଇଛନ୍ତି।

ଏଚକେଏସଟିଭି ହଂକଂ ସ୍ୟାଟେଲାଇଟ ଟେଲିଭେଜିନର ଉପ ନିର୍ଦ୍ଦେଶକ କହିଛନ୍ତି, ଅତ୍ୟନ୍ତ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ ପ୍ରାଣ ହରାଇଛନ୍ତି। ୱିବୋରେ ସେ ଏହି ସୂଚନା ଦେବା ପରେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏପରି କି କିଛି ଲୋକ ସୋଶାଲ ମିଡିଆରେ କିମ ଜଙ୍ଗ ଉନ ପ୍ରାଣ ହରାଇ ଏକ କାଚ ଘର ମଧ୍ୟରେ ଶୋଇଥିବା ଫଟୋକୁ ମଧ୍ୟ ଛାଡ଼ିବାରେ ଲାଗିଛନ୍ତି। ଏହି ଫଟୋ ମଧ୍ୟ ଭାଇରାଲ ହେଉଛି। ତେବେ ଏଥିରେ କେତେ ସତ୍ୟତା ଅଛି, ତାହା ଜଣାପଡ଼ିନାହିଁ।

ଏପ୍ରିଲ ୧୫ ଠାରୁ କିମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏପ୍ରିଲ ୧୫ ହେଉଛି ଉତ୍ତର କୋରିଆର ପ୍ରତିଷ୍ଠା ଦିବସ। ହେଲେ କିମ କୌଣସି ପ୍ରକାରର ସାମ୍ନାକୁ ଆସି ନଥିଲେ। ସେବେଠାରୁ ତାଙ୍କର ଦେଖା ମିଳୁନାହିଁ। ସେ ନିକଟରେ କରିଥିବା ହାର୍ଟ ସର୍ଜରୀ ଯୋଗୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏପରି କି ତାଙ୍କ ବ୍ରେନ ଡେଡ ହୋଇଥିବା ମଧ୍ୟ କିଛି ଗଣମାଧ୍ୟମ ଦାବି କରିଥିଲେ।

ଅନ୍ୟପକ୍ଷରେ ଜଣେ ବରିଷ୍ଠ ସାମ୍ବାଦିକ କହିଛନ୍ତି, ଏପ୍ରିଲ ୨୫ରେ କିମଙ୍କ ପାଇଁ ବଡ଼ ଦିନ ହେବ। କାରଣ ସେ ଏହି ଦିନ ସର୍ବସମ୍ମୁଖକୁ ଆସିବେ। କାରଣ ଏପ୍ରିଲ ୨୫ ହେଉଛି ଉତ୍ତର କୋରିଆ ପ୍ରତିରକ୍ଷା ବିଭାଗର ବାର୍ଷିକ ପ୍ରତିଷ୍ଠା ଦିବସ। ତେଣୁ ନିଶ୍ଚିତ ଭାବେ ସେ ଉପସ୍ଥିତ ରହିବେ ବୋଲି ସାମ୍ବାଦିକ ଜଣଙ୍କ କହିଛନ୍ତି।



from Odisha Reporter https://ift.tt/2VFa59T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages