ନୂଆଦିଲ୍ଲୀ: ସମୟ ଥାଉ ଥାଉ ଲକଡାଉନ ଘୋଷଣା କରିବା ଓ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବନ୍ଦ କରିବା ଯୋଗୁ ଦେଶକୁ କରୋନା ଲଢ଼େଇରେ ଅନେକ ଫାଇନା ମିଳିଛି।
ପୂର୍ବରୁ ୬.୨ ଦିନରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ବଢ଼ୁଥିଲା। ହେଲେ ଏବେ ଏହା ୧୦ ଦିନରେ ଦୁଇ ଗୁଣ ହେଉଛି। ଯଦି ଲକଡାଉନ ଜାରି କରାଯାଇ ନ ଥାଆନ୍ତା, ତା’ହେଲେ ଦେଶରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ୧ ଲକ୍ଷରୁ ଅଧିକ ରହିଥାଆନ୍ତା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ନୀତି ଆୟୋଗ ସଦସ୍ୟ ଭିକେ ପାଉଲ କହିଛନ୍ତି, ଲକଡାଉନ ଯୋଗୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ମଧ୍ୟରେ ରହିଛି। ଗତ ୩ ଦିନ ହେଲା କରୋନା ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ବଢ଼ିବାକୁ ୧୦ ଦିନ ସମୟ ଲାଗୁଛି। ଲକଡାଉନ ସହ ଅନ୍ତର୍ଜାତୀୟ ବିମାନର ଉଡ଼ାଣ ବନ୍ଦ। ଜାନୁଆରୀ ମାସରୁ ଏୟାର ପୋର୍ଟରେ ସ୍କ୍ରିନିଂ ଭଳି ପଦକ୍ଷେ ନିଆଯିବାରୁ ଏହାର ଫାଇଦା ମିଳିଛି। କେବଳ ସେତିକି ନୁହେଁ, ସର୍ଭେଲାନ୍ସ ଓ କଣ୍ଟାକ୍ଟ ଟ୍ରେସିଂ ଆଦିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ଭାବେ ମିଳିତ ଭାବେ କରିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ମଧ୍ୟରେ ରହିଛି।
ମାର୍ଚ୍ଚ ୨୪ରୁ ୩୦ ମଧ୍ୟରେ ଡବଲିଂ ହାର ୫.୨% ରହିଥିଲା। ସେହିପରି ମାର୍ଚ୍ଚ ୩୧ରୁ ଏପ୍ରିଲ ୬ ମଧ୍ୟରେ ଏହି ସଂଖ୍ୟା ୪.୨ ହୋଇଥିଲା। ଏପ୍ରିଲ ୧୪ରୁ ୨୦ ମଧ୍ୟରେ ଦେଶରେ କରୋନା ଡବଲିଂ ହାର ୮.୬କୁ ବଢ଼ିଥିଲା। ତେବେ ଶେଷ ୩ ଦିନରେ କରୋନା ସଂଖ୍ୟା ଦୁଇ ଗୁଣ ହେବାକୁ ୧୦ ଦିନ ସମୟ ଲାଗିଛି। ଏହା ନିଶ୍ଚିତ ପକ୍ଷେ ଏକ ସକାରାତ୍ମକ ପଦକ୍ଷେପ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2zvpCAn
No comments:
Post a Comment