କଟକଣା ସତ୍ତ୍ୱେ ଶ୍ରୀମନ୍ଦିରରେ ପ୍ରବେଶ କଲେ ଠିକାଦାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 27, 2020

କଟକଣା ସତ୍ତ୍ୱେ ଶ୍ରୀମନ୍ଦିରରେ ପ୍ରବେଶ କଲେ ଠିକାଦାର

ପୁରୀ(ମଧୁସୂଦନ ମିଶ୍ର): ଲକ୍‌ ଡାଉନ ଯୋଗୁ ପୁରୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏପରି ସ୍ଥିତିରେ ଭୁବନେଶ୍ୱର ପରି କରୋନା ସଂକ୍ରମିତ ଅଞ୍ଚଳରୁ କିପରି ଜଣେ ଠିକାଦାର ଓ ସହଯୋଗୀ ଅନାୟସରେ ମନ୍ଦିର ଭିତରକୁ ପ୍ରବେଶ କଲେ ତାକୁ ନେଇ ଆରମ୍ଭ ହୋଇଛି ତୁମ୍ବି ତୋଫାନ। ପୁଲିସ୍‌ ଉପସ୍ଥିତି ସତ୍ତ୍ୱେ କିପରି ସେମାନେ ବିନା ବାଧାରେ ମନ୍ଦିରକୁ ଗଲେ, ଏଥିନିମନ୍ତେ କାହା ଅନୁମତି ଆଣିଥିଲେ ତାକୁ ନେଇ ଆରମ୍ଭ ହୋଇଯାଇଛି ଖୋଳତାଡ଼।

ଲକ୍‌ ଡାଉନରେ ଶ୍ରୀମନ୍ଦିରକୁ କେମିତି ଠିକାଦାର ଏବଂ ତାଙ୍କ ସାଥୀ ଗଲେ ଏନେଇ ଘଟଣାର ତଦନ୍ତ ଦାବି କରିଛି ସେବାୟତ ଓ ସଚେତନ ନାଗରିକ ମଞ୍ଚ।  କରୋନା ପାଇଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ସେମାନଙ୍କ ନିମନ୍ତେ କିପରି ନିୟମକୁ କୋହଳ କରାଗଲା ତାକୁ ନେଇ ସେବାୟତ ଓ ସଚେତନ ନାଗରିକ ମଞ୍ଚ ପ୍ରଶ୍ନ ଉଠାଇଛି।

କୁହାଯାଉଛି, ଜଳ କ୍ରୀଡ଼ା ମଣ୍ଡପ ନିର୍ମାଣ ପାଇଁ ସମ୍ପୃକ୍ତ କଣ୍ଟ୍ରାକ୍ଟର ଆସିଥିଲେ। ତେବେ ଭୁବନେଶ୍ୱର ଭଳି ସଂକ୍ରମଣ ଅଞ୍ଚଳରୁ କଣ୍ଟ୍ରାକ୍ଟର କାହିଁକି ଓ କିପରି ଆସିଲେ, ତାକୁ ନେଇ ପ୍ରଶ୍ନ ଉଠିଛି। ଏହାର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ପଦକ୍ଷେପ ନିଆଯାଉ ବୋଲି ଦାବି ହୋଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ସମ୍ପୃକ୍ତ ଠିକାଦାରଙ୍କ କୋଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଏନେଇ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି,“ହଟ୍‌ସ୍ପଟ୍‌ରୁ ଆସିଥିବା କଣ୍ଟ୍ରାକ୍ଟରଙ୍କ  କରୋନା ଟେଷ୍ଟ ହୋଇଛି କି ନାହିଁ। ଏହା ସମସ୍ତେ  ଜାଣିବା ଦରକାର। ଯଦି କୌଣସି ସେବାୟତଙ୍କୁ କରୋନା ହୋଇଯାଏ ସମସ୍ତ ସେବାୟତ ସମାଜକୁ ବ୍ୟାପିଯିବ। ଆଗକୁ ରଥଯାତ୍ରା ସହ ବହୁ ବଡ଼ ବଡ଼ ଯାତ୍ରା ରହିଛି। ତେଣୁ ପ୍ରଶାସନ ଦୃଷ୍ଟି ଦେବା ଦରକାର।”



from Odisha Reporter https://ift.tt/3eTpk6F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages