ଧୋନିଙ୍କ ଅବସର ନେଇ ମୁହଁ ଖୋଲିଲେ ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 11, 2020

ଧୋନିଙ୍କ ଅବସର ନେଇ ମୁହଁ ଖୋଲିଲେ ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ

ମୁମ୍ବାଇ: ୨୦୧୯ ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହୁଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟିଂ କ୍ୟାରିୟରକୁ ନେଇ ସବୁଆଡ଼େ ଚର୍ଚ୍ଚା। ଧୋନି କ୍ରିକେଟରୁ ଅବସର ନେବେ ନା ଟି-୨୦ ବିଶ୍ୱକପ ଖେଳିବେ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି। ଆଇପିଏଲର ୧୩ତମ ସଂସ୍କରଣରେ ଧୋନି କ୍ରିକେଟକୁ କମବ୍ୟାକ କରିଥାଆନ୍ତେ। ହେଲେ ମହାମାରୀ କରୋନା ଲୋକଙ୍କର ଏହି ଆଶାରେ ମଧ୍ୟ ପାଣି ପକାଇ ଦେଇଛି। ତେଣୁ ଧୋନିଙ୍କ ଭବିଷ୍ୟକ କ’ଣ ହେବ?

ଏସବୁ ଭିତରେ ଇଂଲଣ୍ଡ ଟିମର ପୂର୍ବତନ ଅଧିନାୟକ ତଥା କ୍ରିକେଟ କିମ୍ବଦନ୍ତୀ ନାସିର ହୁସେନ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “କେହି ବି ଧୋନିଙ୍କୁ କ୍ରିକେଟରୁ ଅବସର ନେବା ପାଇଁ ଚାପ ପକାନ୍ତୁ ନାହିଁ। ଯଦି ଧୋନି ଏହାକୁ ଦୃଷ୍ଟିରେ ରଖି ଅବସର ନେଇଯିବେ, ତା’ହେଲେ ସବୁ କିଛି ଶେଷ ହୋଇଯିବ। ଆପଣମାନେ ଚାହିଁଲେ ବି ଆଉ ଧୋନିଙ୍କୁ ଫେରାଇ ଆଣି ପାରିବେ ନାହିଁ।

କ’ଣ ଧୋନି ପୁଣି ଟିମ୍‌ ଇଣ୍ଡିଆକୁ ଫେରିବେ କି ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ଏହା କେବଳ ଧୋନିଙ୍କ ପାଇଁ ନୁହେଁ ପ୍ରାୟ ସବୁ ଖେଳାଳିଙ୍କ କ୍ଷେତ୍ରରେ ଏପରି ନିୟମ ଲାଗୁ ହୁଏ। ମୁଁ ଯାହା ଧୋନିଙ୍କ ପାଖରେ ଦେଖିଛି, ବର୍ତ୍ତମାନ ବି ଭାରତୀୟ ଟିମ୍‌କୁ ସେ ଅନେକ କିଛି ଦେଇପାରିବେ। ଗୋଟିଏ କିମ୍ବା ଦୁଇ ଥର ଧୋନି ରନ୍‌ ଚେଜ୍‌ରେ ଭୁଲ ନିଷ୍ପତ୍ତି ନେଇଛନ୍ତି। ଏହାର ଉଦାହରଣ ଭାବେ ଇଂଲଣ୍ଡ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ ନିଆଯାଇପାରେ।

କିନ୍ତୁ ଯଦି ଆମେ ମୋଟ ଉପରେ ଦେଖିବା, ତା’ହେଲେ ଧୋନିଙ୍କ ପାଖରେ ଏବେ ବି କ୍ରିକେଟ ରହିଛି। ଧୋନିଙ୍କ ଭଳି କ୍ରିକେଟର ସବୁ ବେଳେ ମିଳନ୍ତି ନାହିଁ। ଯଦି ସେ ଥରେ ଚାଲି ଯାଆନ୍ତି ଆଉ ତାଙ୍କ ଭଳି ଖେଳାଳି ପାଇବା ମୁସ୍କିଲ। ତେଣୁ ଏତେ ଶୀଘ୍ର ତାଙ୍କୁ ଅବସର ନେବାକୁ ବାଧ୍ୟ କରା ନଯାଉ। କେବଳ ଧୋନି ହିଁ ତାଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନେଇପାରିବେ।”

ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହୁଥିବା ଧୋନି ଆଇପିଏଲରେ ଭଲ ପ୍ରଦର୍ଶନ କଲେ, ତାଙ୍କୁ ପୁଣି ଚୟନ ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ଅନେକ କିମ୍ବଦନ୍ତୀ କ୍ରିକେଟର ମତ ରଖିଥିଲେ।



from Odisha Reporter https://ift.tt/2ViTiIe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages