କରୋନା ଭାଇରସରେ ଆକ୍ରାନ୍ତ ହେଲେ ଲିଭରପୁଲର କିମ୍ବଦନ୍ତୀ ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 11, 2020

କରୋନା ଭାଇରସରେ ଆକ୍ରାନ୍ତ ହେଲେ ଲିଭରପୁଲର କିମ୍ବଦନ୍ତୀ ଖେଳାଳି

ଲଣ୍ଡନ: ମହାମାରର କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଲିଭରପୁଲର କିମ୍ବଦନ୍ତୀ ଫୁଟବଲର କେନି ଡାଲଗ୍ଲିଶ। କରୋନା ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ତାଙ୍କ ଶରୀରରେ ଫ୍ଲୁର କୌଣସି ଲକ୍ଷଣ ଏଯାଏ ଦେଖାଯାଇ ନାହିଁ ବୋଲି ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ କୁହାଯାଇଛି।

୬୯ ବର୍ଷୀୟ ଡାଲଗ୍ଲିଶ ହେଉଛନ୍ତି ସ୍କଟଲ୍ୟାଣ୍ଡର ପୂର୍ବତନ ଅନ୍ତର୍ଜାତୀୟ ଷ୍ଟ୍ରାଇକର। କ୍ଲେଟିକ ଠାରେ ସେ ପ୍ରଥମେ ନିଜର ଫୁଟବଲ କ୍ୟାରିୟର ଆରମ୍ଭ କରିଥିଲେ। ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ କୁହାଯାଇଛି ଯେ ଡାଲଗ୍ଲିଶଙ୍କ କୌଣସି ଫ୍ଲୁ ଲକ୍ଷଣ ଦେଖାଯାଇ ନଥିଲା। ତଥାପି ଆମେ ତାଙ୍କର କୋଭିଡ-୧୯ ପରୀକ୍ଷା କରିଥିଲୁ। ଏହି ପରୀକ୍ଷାରେ ତାଙ୍କ ରିପୋର୍ଟ ପିଜିଟିଭ ଆସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରିପୋର୍ଟ ପିଜିଟିଭ ଆସିଥିଲେ ହେଁ ଏଯାଏ ଫ୍ଲୁ ଲକ୍ଷଣ ଦେଖାଯାଇନାହିଁ। ତଥାପି ସେ ହସ୍ପିଟାଲର ଆଇସୋଲେସନରେ ରହିଛନ୍ତି।

ସ୍କଟଲ୍ୟାଣ୍ଡ ପକ୍ଷରୁ ଖେଳୁଥିବା ଡାଲଗ୍ଲିଶ ୧୯୭୭ରେ ଲିଭରପୁଲ ସହ ଚୁକ୍ତି କରିଥିଲେ। ଲିଭରପୁଲ ପାଇଁ ସେ ୫୧୫ଟି ମ୍ୟାଚ୍‌ ଖେଳି ୧୭୨ଟି ଗୋଲ ସ୍କୋର କରିଛନ୍ତି। ଡାଲଗ୍ଲିଶ ତାଙ୍କ ଫୁଟବଲ କ୍ୟାରିୟର ମଧ୍ୟରେ ୮ଟି ଇଂଲିଶ ଲିଗ ଟାଇଟଲ, ୩ଟି ଏଫଏ କପ ଓ ୩ଟି ୟୁରୋପିଆନ କପ ଜିତିଛନ୍ତି। ସ୍କଟଲ୍ୟାଣ୍ଡ ପାଇଁ ସେ ୧୦୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।



from Odisha Reporter https://ift.tt/39VRXfv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages