ରୋଷେଇରେ ଦେଇଛନ୍ତି ମନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 3, 2020

ରୋଷେଇରେ ଦେଇଛନ୍ତି ମନ !

ଭୁବନେଶ୍ୱର(ଓଡ଼ିଆ ରିପୋର୍ଟର): କରୋନା ମୁକାବିଲା ପାଇଁ ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ରହିଛି। ଏହି ନିର୍ଦ୍ଦେଶ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଛି। ଏଣୁ ଏବେ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ଘରେ ରହୁଛନ୍ତି। ଅନ୍ୟମାନଙ୍କ ଭଳି ଓଲିଉଡ୍ କଳାକାରମାନେ ବି ଘରେ ରହୁଛନ୍ତି। ତା’ହେଲେ ସେମାନେ କେମିତି ସମୟ କାଟୁଛନ୍ତି। ଏନେଇ ସେମାନେ ଭିଡିଓ ଓ ଫଟୋ ଆଦି ପୋଷ୍ଟ କରୁଛନ୍ତି। କେହି କେହି ଘରେ ରହି ସୋଶାଲ୍ ମିଡିଆ ମାଧ୍ୟମରେ କରୋନା ସଂପର୍କିତ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି।

ଦୁଇ ଦିନ ତଳେ ଅଭିନେତା ସ୍ୱରାଜ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା। ସେ ଅଣ୍ଡା ଭୁଜିଆ ତିଆରି କରିଥିଲେ। ଏଥିପାଇଁ ଟମାଟୋ ଓ ପିଆଜ ସେ ନିଜେ କାଟିଛନ୍ତି। ଘରେ ରହି ପିଆଜ କଟୁଥିବାର ଭିଡ଼ିଓ ସାମ୍ନାକୁ ଆସିଛି।


ସେହିପରି ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱୟମ ପାଢ଼ୀ ମଧ୍ୟ ଘରେ ରୋଷେଇ କରୁଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଥିବା ଫଟୋରୁ ଏହା ଜଣାପଡ଼ୁଛି। ଏଥିରେ ସେ ଦୁଇଟି ପାମ୍ପଡ ଧରିଛନ୍ତି। ଅବଶ୍ୟ ଦୁଇଟି ଯାକ ପାମ୍ପଡ଼ ସ୍ଥାନେ ସ୍ଥାନେ ଅଧିକ ପୋଡ଼ି ଯାଇଛି। ଏହି ଫଟୋ ପୋଷ୍ଟ୍ କରି ସେ ଲେଖିଛନ୍ତି, ଏ ଲକ୍‌ଡାଉନରେ କିଛି ଶିଖିବାର ସୁଯୋଗ ମିଳିଛି। ତେବେ ଏହା ରୋଟି ନୁହେଁ, ପାମ୍ପଡ଼ ନୁହେଁ। ସ୍ୱୟମଙ୍କ ଏହି ଫଟୋ ଦେଖି କେହି କେହି ଲେଖିଛନ୍ତି, କଳାକାର ପାମ୍ପଡ଼ ପୋଡ଼ି ଦଉଛ ଆଉ କି କାମ କରିପାରିବ।<

 

View this post on Instagram

 

This lock down has led me to this Bdw this is not Roti…papad it is 😝 #corona #lockdown #stayhome

A post shared by Swayam Pravash Padhi (@swayampravashpadhi_official) on



from Odisha Reporter https://ift.tt/2xMfl1A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages