ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ ନିୟମ ଭାଙ୍ଗିବା ଅମାନିଆ ଗାଡ଼ି ଚାଳକଙ୍କୁ ମହଙ୍ଗା ପଡ଼ିଛି। ଆଜି ସକାଳେ ୟୁନିଟ ୪ ଓ ୟୁନିଟ ୮ ମାଛ ମାର୍କେଟରୁ ୨୦ରୁ ଅଧିକ ଗାଡ଼ିକୁ ପୁଲିସ୍ ଉଠାଇ ନେଇଛି। ଏହାସହ ୭୦ରୁ ଅଧିକ ବାଇକ୍ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଛି।
‘କରୋନା’ ମୁକାବିଲା ନେଇ ଲକ୍ଡାଉନ୍ ଚାଲିଥିବା ବେଳେ ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବାଇକ୍ ଧରି ଆସିବାକୁ ମନା କରାଯାଇଛି। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅନେକ ଗ୍ରାହକ ବାଇକ୍ ଧରି ବଜାରକୁ ପରିବା ଓ ମାଛ,ମାଂସ କିଣିବାକୁ ଆସୁଛନ୍ତି। କମିଶନରେଟ ପୁଲିସ ବାରମ୍ବାର ବାରଣ କରିବା ସତ୍ତ୍ୱେ ଲୋକେ ଗାଡ଼ି ନେଇ ଆସୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯ ସୁସ୍ଥ ହୋଇଛନ୍ତି ଓ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪୦ ଜଣ ବିଭିନ୍ନ ହସ୍ପିଟାଲରେ ଚିକତ୍ସାଧୀନ ଅଛନ୍ତି।
from Odisha Reporter https://ift.tt/34KwjtC
No comments:
Post a Comment