ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଛି ‘ମୋ ବସ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 11, 2020

ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଛି ‘ମୋ ବସ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ‘କରୋନା’ ସଂକ୍ରମିତ ଚିହ୍ନଟ ହେବା ପରେ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଜୋନ୍‌ରେ ଲୋକଙ୍କୁ ଅତ୍ୟବାଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି। ରାଜଧାନୀରେ ସହରାଞ୍ଚଳ ପରିବହନ ପକ୍ଷରୁ ‘ମୋ ବସ୍‌’ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି।

ଭୁବନେଶ୍ୱରରେ ୫ଟି କଣ୍ଟେନମେଣ୍ଟ ଜୋନ ଥିବାବେଳେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବମିଖାଲ୍‌ ଓ ସୂର୍ଯ୍ୟନଗରରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଇଛି। ସକାଳେ ‘ମୋ ବସ୍‌’ରେ ବିଭିନ୍ନ ବ୍ୟବସାୟୀଙ୍କୁ ନିଆଯାଇ କ୍ଷୀର, ପନିପରିବା, ଔଷଧ, ତେଜରାତି ସାମଗ୍ରୀ, ପ୍ୟାକେଜଡ୍‌ ଫୁଡ୍‌ ଭଳି ଦରକାର ଥିବା ସାମଗ୍ରୀ ଯୋଗାଯାଇଛି। କଣ୍ଟେନମେଣ୍ଟ ଜୋନରେ ଥିବା ଲୋକମାନେ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟୀଙ୍କଠାରୁ ନିଜ ନିଜର ଦରକାର ଥିବା ସାମଗ୍ରୀ ନେଇଛନ୍ତି। ଗୋଟିଏ ପରେ ଗୋଟିଏ ‘କରୋନା’ ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଫଳରେ ସଂପୃକ୍ତ ଅଞ୍ଚଳରୁ ପ୍ରସ୍ଥାନ ଓ ପ୍ରବେଶ ସଂପୂର୍ଣ୍ଣ ବନ୍ଦ ହୋଇଥିଲା। ଏହାଯୋଗୁଁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରେ କଷ୍ଟ ଭୋଗୁଥିଲେ। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।



from Odisha Reporter https://ift.tt/3c7b0oI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages