ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ କ୍ୟାନ୍‌ସରରେ ପୀଡ଼ିତ ଥିଲେ ଓ ମାସେ ହେଲାଣି ସେଠାରେ ଚିକିତ୍ସାଧୀନ ଥିଲେ।

ଲେଫ୍ଟନାଣ୍ଟ ଜେନେରାଲ କେପିଡି ସାମନ୍ତ ନିଜ କ୍ୟାରିଅରରେ ଅନେକ ସଫଳ ଅପରେସନର ନେତୃତ୍ୱ ନେଇଥିଲେ ଓ ଲଢ଼େଇରେ ସାମିଲ ହୋଇଥିଲେ। ସେ ୧୯ ବର୍ଷ ବୟସରେ ସେନାରେ ସାମିଲ ହୋଇଥିଲେ ଓ ୧୯୭୧ ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ଲଢ଼ିଥିଲେ। ଏଥିସହ ବିଭିନ୍ନ ଯୁଦ୍ଧରେ ନିଜ ବୀରତ୍ୱ ପାଇଁ ସେ ପୁରବୀ ଷ୍ଟାର ସମ୍ମାନରେ ସମ୍ମାନିତ ହୋଇଥିଲେ। ପଞ୍ଜାବରେ ଆତଙ୍କବାଦୀ ନିପାତ ପାଇଁ ହୋଇଥିବା ଅପରେସନ ବ୍ଲୁ ଷ୍ଟାରରେ ସେ ସାମିଲ ହୋଇଥିଲେ। କେପିଡି ସାମନ୍ତ ୧୯୯୯ ମସିହା କାର୍‌ଗିଲ୍ ଯୁଦ୍ଧ ବେଳେ ନିଜର ବଳିଷ୍ଠ ଯୋଗଦାନ ଦେଇଥିଲେ।

କେବଳ ସେନାର ଅପରେସନ୍‌ ନୁହେଁ, ପ୍ରାକୃତିକ ବିପତ୍ତି ପରିଚାଳନାରେ ମଧ୍ୟ ଅନେକ ଉପଲବ୍ଧି ହାସଲ କରିଥିଲେ କେପିଡି ସାମନ୍ତ। ୨୦୦୨ ବିହାର ବନ୍ୟା ଏବଂ ଗୟାରେ ରାଜଧାନୀ ଟ୍ରେନ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ସେ ନେଇଥିଲେ। ଅବସର ପୂର୍ବରୁ ସେ ରାଷ୍ଟ୍ରୀୟ ରାଇଫଲର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ୨୦୦୭ରୁ ୨୦୧୦ ଯାଏ ସେ ଏହି ଦାୟିତ୍ୱ ତୁଲାଇଥିଲେ। ଅବସର ପରେ ସେ ଆର୍ମଡ୍‌ ଫୋର୍ସେସ୍‌ ଟ୍ରିବ୍ୟୁନାଲ୍‌ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ସେହିପରି ଅବସର ପରେ ସେ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ରଖିଥିଲେ। ତାଙ୍କ ପରଲୋକରେ ବିଭିନ୍ନ ବର୍ଗର ଲୋକେ ଶୋକ ପ୍ରକାଶ କରିଛନ୍ତି।



from Odisha Reporter https://ift.tt/2RxMpSc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages