ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 21, 2020

ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ସାରା ଦୁନିଆର ନଜର ଏବେ ମହାମାରୀ କରୋନା ଉପରେ। ହେଲେ ଆତଙ୍କବାଦୀଙ୍କ ନଜର କଶ୍ମୀର ଉପରେ। ଦକ୍ଷିଣ କଶ୍ମୀରର ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ବୁଧବାର ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ସହିତ ମେଲହୁରା, ଶୋପିଆନରେ ଗୁଳି ବିନିମୟ ହୋଇଥିଲା ବୋଲି ଜମ୍ମୁ କଶ୍ମୀର ପୁଲିସ ସୂଚନା ଦେଇଛି। ଆତଙ୍କବାଦୀଙ୍କ ପରିଚୟ ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଥିବା ସୂଚନା ରହିଛି।

ମଙ୍ଗଳବାର ରାତିରେ ଶୋପିଆନରେ ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ମିଳିତ ଅଭିଯାନରେ କୋର୍ଡନ ଆଣ୍ଡ ସର୍ଚ୍ଚ ଅପରେସନ (ସିଏଏସଓ) ହୋଇଥିଲା। ଏହାପରେ ଶୋପିଆନର ମେଲହୁରାରେ ଲୁଚି ହୋଇ ରହିଥିବା ଆତଙ୍କବାଦୀ ସିଏଏସଓ ଉପରକୁ ଗୁଳି ଚଳାଇଥିଲେ। ବୁଧବାର ସକାଳେ କିନ୍ତୁ ପ୍ରଥମେ ଦୁଇ ଆତଙ୍କବାଦୀ ପରେ ଆଉ ଦୁଇ ଆତଙ୍କବାଦୀ ଏନକାଉଣ୍ଟରରେ ନିପାତ ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ସିଏଏସଓ ଦ୍ୱାରା ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି।

ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ଶ୍ରୀନଗର କୁପଓ୍ୱାଡା ଜିଲ୍ଲାରେ ଥିବା କେରନ ସେକ୍ଟରରେ ଆତଙ୍କବାଦୀ ପାକିସ୍ତାନ ପଟୁ ଅନୁପ୍ରବେଶ କରୁଥିବା ବେଳେ ଯବାନମାନେ ୫ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ୪୮ ଘଣ୍ଟା ଧରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ୯ ଆତଙ୍କବାଦୀ ନିପାତ ହୋଇଥିଲେ। ସେହିପରି ୪ ଯବାନ ଆହତ ହୋଇ ଚିକିତ୍ସାଧୀନ ଥିବାବେଳେ ପରବର୍ତ୍ତୀ ସମୟରେ ଶହୀଦ ହୋଇଥିଲେ।



from Odisha Reporter https://ift.tt/3az4DcQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages