କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ହାତୀଲୁଚାଣୀ ଛକ ନିକଟରେ ଏକ ତେଲ ଟ୍ୟାଙ୍କର ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟ ଘଟିଛି। ମୃତକ ହେଲେ ପରଜଙ୍ଗ ଗାଁର ରଞ୍ଜନ ମହାନ୍ତି।
ସୂଚନା ଅନୁଯାୟୀ, ଗତକାଲି ରଞ୍ଜନ ହାତୀଲୁଚାଣୀସ୍ଥିତ ନିଜ ମାମୁ ଘରକୁ ବାଇକ୍ ଯୋଗେ ଯାଇଥିଲେ। ଆଜି ମାମୁ ଘରୁ ଫେରୁଥିବା ବେଳେ ହାତୀଲୁଚାଣୀ ଛକରେ ଏକ ତେଲ ଟ୍ୟାଙ୍କର ସହ ତାଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି ।
ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର ଡ୍ରାଇଭର ଫେରାର ହୋଇଯାଇଥିଲେ। ପୁଲିସ୍ ଟ୍ୟାଙ୍କରକୁ ଜବତ କରିଛି।
from Odisha Reporter https://ift.tt/2Rj2ISG
No comments:
Post a Comment