ଭାରତକୁ ବ୍ରାଜିଲ ମାଗିଲା ‘ସଞ୍ଜିବନୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 7, 2020

ଭାରତକୁ ବ୍ରାଜିଲ ମାଗିଲା ‘ସଞ୍ଜିବନୀ’

ବ୍ରସିଲିଆ: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ରାଜିଲ୍ ଭାରତକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ମାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲଶୋନାରୋ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବା ପାଇଁ ନିବେଦନ କରିଛନ୍ତି। ଆମେରିକା ଏହି ଔଷଧ ମାଗିବା ପରେ ଭାରତ ମାନବିକତା ଆଧାରରେ ଏହି ଔଷଧ ପଠାଇବ ବୋଲି କହିଛି।

ଆଜି ହନୁମାନ ଜୟନ୍ତୀ। ଏହି ଅବସରରେ ରାମାୟଣକୁ ଯୋଡ଼ି ଜାଇର ଲେଖିଛନ୍ତି, ଯେଉଁଭଳି ଭାବରେ ରାମାୟଣରେ ହନୁମାନ ସଞ୍ଜିବନୀ ଔଷଧ ସାହାଯ୍ୟରେ ଭଗବାନ ରାମଙ୍କ ଭାଇ ଲକ୍ଷ୍ଣଣଙ୍କ ଜୀବନ ବଞ୍ଚାଇଥିଲେ। ସେହିଭଳି ଭାବରେ କରୋନା ପାଇଁ ଗ୍ୟାମଚେଞ୍ଜର ସାବ୍ୟସ୍ତ ହୋଇଥିବା ‘ସଞ୍ଜିବନୀ’ (ହାଇଡ୍ରୋକ୍ସିକ୍ଲୋରକୁଇନ୍) ପଠାଇଲେ ବ୍ରାଜିଲବାସୀଙ୍କ ଜୀବନ ବଞ୍ଚିପାରିଥାନ୍ତା। ଏହି ମହାମାରୀ ସଙ୍କଟକୁ ଭାରତ ଏବଂ ବ୍ରାଜିଲ ଏକାଠି ହୋଇ ସାମ୍ନା କରିପାରିବେ ବୋଲି ଜାଇର ବୋଲଶୋନାରୋ ଚିଠିରେ ଲେଖିଛନ୍ତି।

ସାରା ବିଶ୍ୱରେ ୨୦୯ଟି ଦେଶକୁ ଏହି ଘାତକ ମହାମାରୀ ବ୍ୟାପିଛି। ବ୍ରାଜିଲରେ ୧୪,୦୪୯ ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୮ ଜଣଙ୍କର ମୃତ୍ୟୁ ଘଟିଛି। ୧୨୭ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୧୨, ୨୩୪ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି।

ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଏକ ଆଣ୍ଟି ମାଲେରିଆ ଔଷଧ। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର ଦୁଇ ସପ୍ତାହ ପୂର୍ବରୁ କହିଥିଲେ, କୋଭିଡ-୧୯ର ଚିକିତ୍ସା ବେଳେ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଔଷଧର ଚାହିଦା ବୃଦ୍ଧି ପାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଏଫଡିଏ ଦ୍ୱାରା ଏହି ଔଷଧ ଅନୁମୋଦିତ ହୋଇଛି। ଏବେ କରୋନାକୁ ନେଇ ଅନେକ ଗବେଷକ ଅନୁଧ୍ୟାନ କରୁଥିବା ବେଳେ କିଛି କରୋନା ଆକ୍ରାନ୍ତଙ୍କ ଶରୀରରେ ଏହି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପ୍ରୟୋଗ କରି ସଫଳ ହୋଇଛି ଆମେରିକା। ଯଦିଓ ଏହି ଔଷଧ କରୋନା ଆକ୍ରାନ୍ତଙ୍କ ପାଇଁ ବ୍ୟବହୃତ ହେବ ବୋଲି ସରକାରୀ ଭାବରେ କୁହାଯାଇନାହିଁ। ହେଲେ ଡାକ୍ତରମାନେ ଏହାକୁ ପ୍ରୟୋଗ କରି କିଛି ମାତ୍ରାରେ ସଫଳ ହୋଇଛନ୍ତି। ଭାରତ ମଧ୍ୟ ଏହି ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଛି।

ଆମେରିକା ଏହି ଔଷଧ ମାଗିବା ପରେ ଭାରତ ମାନବିକତା ଆଧାରରେ ଏହି ଔଷଧ ପଠାଇବ ବୋଲି କହିଛି। ଆମେରିକା, ବ୍ରାଜିଲ ବ୍ୟତୀତ ଅନେକ ଦେଶ ଏବେ ଭାରତକୁ ଏହି ଔଷଧ ପଠାଇବା ପାଇଁ ନିବେଦନ କରୁଛନ୍ତି। ଅନ୍ୟପଟେ ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି।



from Odisha Reporter https://ift.tt/3e3Z1tY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages