ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଏହାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଫଳରେ ଏହି ଅଞ୍ଚଳ ଭିତରକୁ କାହାକୁ ଛଡ଼ା ଯାଉ ନାହିଁ କିମ୍ବା ଏହା ଭିତରୁ କେହି ବାହାରକୁ ବାହାରି ପାରୁନାହାନ୍ତି।
ଏପରି ସମୟରେ ମଧ୍ୟ ଯେପରି ଲୋକେ ହଇରାଣ ନ ହୁଅନ୍ତି, ସେଥିପ୍ରତି ବିଏମସି ଯତ୍ନଵାନ ରହିଛି । ଲୋକେ ଘରୁ ବାହାରି ପାରୁ ନ ଥିବାରୁ ବିଏମସି ପକ୍ଷରୁ ଅତ୍ୟାବଶ୍ୟକ ଜିନିଷ ସେମାନଙ୍କ ଘର ନିକଟରେ ପହଞ୍ଚାଇ ଦିଆଯାଉଛି ।
ଏହି କ୍ଷେତ୍ରରେ ଆହୁରି ପାଦେ ଆଗେଇ ବିଏମସି ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ମୋବାଇଲ ଏଟିଏମ୍ ସେବା ଆରମ୍ଭ କରାଯାଇଛି। ଭୁବନେଶ୍ୱରର କଣ୍ଟେନମେଣ୍ଟ ଜୋନରେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି। ସବୁ କଣ୍ଟେନମେଣ୍ଟ ଜୋନ୍କୁ ଏହି ଭ୍ରାମ୍ୟମାଣ ଭ୍ୟାନ୍ ଯାଇ ୧ ଘଣ୍ଟା ଧରି ଲୋକଙ୍କୁ ସେବା ଯୋଗାଇବ।
କେଉଁ ଅଞ୍ଚଳରେ କେତେ ଘଣ୍ଟା ମୋବାଇଲ ଏଟିଏମ୍ ସୁବିଧା ମିଳିବ ବିଏମ୍ସି ପକ୍ଷରୁ ତାହାର ସମୟ ଧାର୍ଯ୍ୟ କରାଯାଇଛି। ସେହି ଅନୁଯାୟୀ ସୁନ୍ଦରପଦାରେ ସକାଳ ୮ରୁ ୯, ଯଦୁପୁରରେ ସକାଳ ୯.୧୫ରୁ ୧୦.୧୫, ସୂର୍ଯ୍ୟନଗରରେ ୧୦.୩୦ରୁ ୧୧.୩୦ ଏବଂ ବମିଖାଲରେ ଦିନ ୧୨ଟାରୁ ଗୋଟାଏ ପର୍ଯ୍ୟନ୍ତ ଏହି ଏଟିଏମ୍ ଭ୍ୟାନ୍ ବୁଲିବ।
from Odisha Reporter https://ift.tt/3b6XhhP
No comments:
Post a Comment