ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୧୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୬୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇଲେ ଦେଶରେ ୩୩,୦୫୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୨୩,୬୫୧ ଜଣ କରୋନାରେ ଚିକିତ୍ସାଧୀନ ଥିବା ବେଳେ ୧୦୭୪ ଜଣଙ୍କର ମୃତ୍ୟୁ ଘଟିଛି। ୮୩୨୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ୪୩୨, ମଧ୍ୟପ୍ରଦେଶରେ ୧୨୯, ଗୁଜୁରାଟରେ ୧୯୭, ଦିଲ୍ଲୀରେ ୫୬, ତାମିଲନାଡୁରେ ୨୭, ତେଲେଙ୍ଗାନାରେ ୨୬, ଆନ୍ଧ୍ର ପ୍ରଦେଶରେ ୩୧, କର୍ଣ୍ଣାଟକରେ ୨୧, ଉତ୍ତରପ୍ରଦେଶରେ ୩୯, ପଶ୍ଚିମବଙ୍ଗର ୧୯ ୨୨ ରେ ରାଜସ୍ଥାନ, ଜମ୍ମୁ କଶ୍ମୀରରେ ୫୧, ହରିୟାଣାରେ ୩, କେରଳରେ ୪, ଝାଡଖଣ୍ଡରେ ୩, ବିହାରରେ ୨, ଆସାମ, ହିମାଚଳ ପ୍ରଦେଶ, ମେଘାଳୟ ଏବଂ ଓଡିଶାରେ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୨୫୦୨ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ୨୮,୫୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ବୋଲି ଜନ ହାଫିକନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି।
from Odisha Reporter https://ift.tt/2yc7B9U
No comments:
Post a Comment