ପୁଣିଥରେ ଏକାଠି ନଜର ଆସିବେ ଶାହାରୁଖ-ଆଲିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ପୁଣିଥରେ ଏକାଠି ନଜର ଆସିବେ ଶାହାରୁଖ-ଆଲିୟା

ମୁମ୍ବାଇ: ପାଖାପାଖି ଦୁଇବର୍ଷ ହୋଇଗଲାଣି ବଲିଉଡ୍‌ କିଙ୍ଗ୍ ଶାହାରୁଖ ଖାନ୍‌ ପରଦାରୁ ଦୂରେଇ ଅଛନ୍ତି। ୨୦୧୮ରେ ଆସିଥିବା ଫିଲ୍ମ ‘ଜିରୋ’ ପରେ ସେ ଆଉ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ତାଙ୍କ ପ୍ରଶଂସକମାନେ ଜାଣିବାକୁ ଅପେକ୍ଷା କରିଛନ୍ତି ଯେ କିଙ୍ଗ୍ ଅଫ୍ ରୋମାନ୍ସ ପୁଣି ଥରେ କେବେ ବଡ଼ ପରଦାକୁ ଫେରିବେ। ତେବେ ଆପଣ ଯଦି ଶାହରୁଖଙ୍କ ଫ୍ୟାନ୍, ତେବେ ଆପଣଙ୍କ ପାଇଁ ରହିଛି ଏକ ପାଇଁ ଖୁସି ଖବର। ଖୁବଶୀଘ୍ର ବଲିଉଡ୍ ବାଦଶାହ ଶାହରୁଖ ଖାନ୍ ଏବଂ ଆଲିୟା ଭଟ୍ଟଙ୍କ ଯୋଡ଼ି ପୁଣିଥରେ ବଡ଼ ପରଦାରେ ଦେଖିବାକୁ ମିଳିବ।

ସିଦ୍ଧାର୍ଥ ଆନନ୍ଦଙ୍କ ଆଗାମୀ ଫିଲ୍ମରେ ଶାହରୁଖ-ଆଲିୟା ଏକାଠି ନଜରକୁ ଆସିବେଲ ବୋଲି ଜଣାପଡ଼ିଛି। ତେବେ ଫିଲ୍ମର ଟାଇଟଲ୍ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହା ପୂର୍ବରୁ ସିଦ୍ଧାର୍ଥଙ୍କ ଫିଲ୍ମ ‘ୱାର୍’ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା, ଯେଉଁଥିରେ ଟାଇଗର ଶ୍ରଫ୍, ହ୍ରିତିକ ରୋଶନ ଏବଂ ବାଣୀ କପୁରଙ୍କୁ ଦେଖିବାକୁ ମିଳିଥିଲା। ​​ବର୍ତ୍ତମାନ ସେ ଶାହରୁଖ-ଆଲିୟାଙ୍କୁ ନିଜର ଆଗାମୀ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁଛନ୍ତି। ତେବେ ପୂର୍ବରୁ ଫିଲ୍ମ ‘ଡିଅର୍ ଜିନ୍ଦେଗୀ’ରେ ଶାହାରୁଖ-ଆଲିୟାଙ୍କ ଯୋଡ଼ିକୁ ଦର୍ଶକ ବେଶ ପସନ୍ଦ କରିଥିଲେ।

ଶାହାରୁଖ୍ ପରଦାରୁ ଦୂରେଇ ଅଛନ୍ତି ସତ, ହେଲେ ସେ ଦୀର୍ଘ ଦିନ ଧରି କ୍ୟାମେରା ପଛରେ କାମ କରିଆସୁଛନ୍ତି। ସେ ‘ବାର୍ଡ ଅଫ୍ ବ୍ଲଡ୍’ ପରି ୱେବ୍ ସିରିଜ୍ ଏବଂ ‘ବଦଲା’ ଭଳି ସୁପରହିଟ୍ ଫିଲ୍ମ ପ୍ରସ୍ତୁତ କରିଛନ୍ତି। ନିକଟରେ ତାଙ୍କ ପ୍ରଯୋଜନାରେ ନିର୍ମିତ ଫିଲ୍ମ ‘କମୟାବ’ ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଛି। ତେବେ କିଙ୍ଗ୍ ଖାନ ପୁଣି ରୂପେଲି ପରଦାରେ କେବେ ନଜର ଆସିବେ ତାହା ଦେଖିବା ବାକି ରହିଲା।



from Odisha Reporter https://ift.tt/39xT4St

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages