ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଜୁନ୍ ୨୩ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଚିଠି ଲେଖିଛନ୍ତି।
କରୋନା ଲାଗି ରଥଯାତ୍ରା ପ୍ରଭାବିତ ହେବା ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଆଶଙ୍କା ଦୂର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଉ ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ରଥଯାତ୍ରା କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ ରହିଛି। ଏହାକୁ ନେଇ ପୁରୀ ଗଜପତି ମହାରାଜା, ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ସହ ପରାମର୍ଶ ନିଆଯିବା ଉଚିତ୍।
କରୋନା ଭାଇରସ ପରି ସଂକ୍ରମଣରୁ ରକ୍ଷା ପାଇବାକୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି । ହେଲେ ପ୍ରତି ବର୍ଷ ରଥଯାତ୍ରାରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଏହି ନିମୟ ଭଙ୍ଗ ହେବାର ଆଶଙ୍କା ଦେଖା ଦେଇଛି ।
ତେଣୁ ହଜାର ହଜାର ବର୍ଷର ପରମ୍ପରାକୁ ବଜାୟ ରଖିବାକୁ ଯାଇ ସାମାଜିକ ଦୂରତ୍ୱ ସମେତ ସମସ୍ତ ନିୟମକୁ କଡାକଡି ପାଳନ କରି ରଥଯାତ୍ରାର ଆୟୋଜନ କରିବାକୁ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଏଥିସହ ମୁକ୍ତିମଣ୍ଡପର ପଣ୍ଡିତ, ଦଇତାପତି, ଶ୍ରୀମନ୍ଦିର ସେବାୟତଙ୍କ ସହ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯିବା ଉଚିତ୍ ବୋଲି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ।
from Odisha Reporter https://ift.tt/3ahK8Bg
No comments:
Post a Comment