୪ ଦିନରେ ଦୁଇ ଗୁଣ ହେଉଛି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

୪ ଦିନରେ ଦୁଇ ଗୁଣ ହେଉଛି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଧୀରେଧୀରେ ମହାମାରୀ କରୋନା ଭାରତରେ ଆଗକୁ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ପ୍ରତି ୪ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି ପାଇବାରେ ଲାଗିଛି। ଯଦି ଏଭଳି ପ୍ରକ୍ରିୟା ଜାରି ରହିବ, ତା’ହେଲେ ଦେଶରେ ଲାଗୁ ହୋଇଥିବା ଲକଡାଉନ ଅବଧି ଶେଷ ହେବା ବେଳକୁ ଅର୍ଥାତ ଆଉ ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଛୁଇଁଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଦେଶରେ ୪୪୨୧ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୧୪ ରହିଛି। ଗତ ୮ ଦିନର କଥା ବିଚାରକୁ ନେଲେ ପୂର୍ବରୁ ୬ ଦିନରେ ଦେଶରେ କରୋନେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବଢ଼ୁଥିଲା। ହେଲେ ଏବେ ଏହା ୪ ଦିନରେ ଦୁଇ ଗୁଣ ହେବାରେ ଲାଗିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୧୫ରୁ ୨୦ ଅର୍ଥାତ ୫ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ହୋଇଥିଲା। ଏହାପରେ ୩ ଦିନରେ ଅର୍ଥାତ ମାର୍ଚ୍ଚ ୨୦ରୁ ୨୩ ମଧ୍ୟରେ ଦୁଇଗୁଣ ବଢ଼ିଥିଲା। ମାର୍ଚ୍ଚ ୨୩ରୁ ୨୯ ଅର୍ଥାତ ୬ ଦିନରେ ଦୁଇ ଗୁଣ ହୋଇଥିଲା। କିନ୍ତୁ ଏହାପରେ ମାର୍ଚ୍ଚ ୨୯ରୁ ଏପ୍ରିଲ ୨ ଓ ଏପ୍ରିଲ ୨ରୁ ଏପ୍ରିଲ ୬ ମଧ୍ୟରେ ୪ ଦିନରେ କରୋନା ରୋଗୀଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି ପାଇଛି।



from Odisha Reporter https://ift.tt/2UNguit

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages