ଭାରତରେ ଫସିଥିବା ୧୩ ଶହ ଆମେରିକୀୟ ସ୍ୱଦେଶ ଫେରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 6, 2020

ଭାରତରେ ଫସିଥିବା ୧୩ ଶହ ଆମେରିକୀୟ ସ୍ୱଦେଶ ଫେରିଲେ

ୱାଶିଂଟନ: ମହାମାରୀ କରୋନା ଭାଇରସ ଯୋଗୁ ଭାରତରେ ଫସି ରହିଥିବା ୧୩ ଶହ ଆମେରିକା ନାଗରିକ ସ୍ୱତନ୍ତ୍ର ବିମାନ ଯୋଗେ ସ୍ୱଦେଶ ଫେରିଛନ୍ତି। କରୋନା ପାଇଁ ଭାରତରେ ଲକଡାଉନ ଲାଗୁ କରାଯାଇଛି। ଏଥିସହ ବିମାନ ସେବାକୁ ମଧ୍ୟ ରଖାଯାଇଛି। ହେଲେ ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକୀୟ ନାଗରିକଙ୍କୁ ସ୍ୱଦେଶ ପଠାଯାଇଛି।

କେବଳ ଭାରତ ନୁହେଁ ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆର ଦେଶଗୁଡ଼ିକରେ ଅଟକି ରହିଥିବା ପ୍ରାୟ ୨୯ ହଜାର ଆମେରିକା ନାଗରିକ ସ୍ୱଦେଶ ଫେରିଥିବା ବରିଷ୍ଟ କୂଟନୀତିଜ୍ଞ ଆଲିସେ ୱେଲ୍ସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ୨୯ ହଜାର ଆମେରିକୀୟ ନାଗରିକଙ୍କୁ ୧୩ଟି ବିମାନ ଜରିଆରେ ସ୍ୱଦେଶ ଅଣାଯାଇଛି। ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଳ, ଉଜବେକିସ୍ତାନ ଓ ତୁର୍କିମିନିସ୍ତାନରେ ଏହି ୨୯ ହଜାର ଲୋକ ଫସି ରହିଥିଲେ। ଭାରତରେ ଫସି ରହିଥିବା ଆମେରିକୀୟଙ୍କୁ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଥିଲା।

ଭାରତର ବିଭିନ୍ନ ଗାଁ ଓ ରାଜ୍ୟରେ ଏହି ଆମେରିକୀୟ ନାଗରିକମାନେ ରହିଥିଲେ। ଭାରତରେ ଲକଡାଉନ ସତ୍ତ୍ୱେ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଆମ ନାଗରିକଙ୍କୁ ସୁରକ୍ଷିତ ଭାବେ ଏୟାରପୋର୍ଟ ଅଣାଯାଇଥିଲା। ଏହା ଏକ ଟିମ ୱାର୍କ। ଆମକୁ ସହଯୋଗ କରିଥିବା ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆର ସମସ୍ତ ସରକାର, ଆଞ୍ଚଳିକ ସ୍ତରର ପ୍ରଶାସନିକ ଅଧିକାରୀ, ମେଡିକାଲ ଷ୍ଟାଫ ଓ ଏୟାରପୋର୍ଟ ଅଧିକାରୀମାନଙ୍କୁ ଆମେ ଧନ୍ୟବାଦ ଦେଉଛୁ। ସେମାନଙ୍କ ପାଇଁ ଆମେ ଆମ ନାଗରିକମାନଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବାରେ ସକ୍ଷମ ହୋଇଛୁ। ଆଗକୁ ମଧ୍ୟ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2VedXNE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages