ଆରବିଆଇର ଘୋଷଣା ପରେ ମ୍ୟୁଚୁଆଲ ଫଣ୍ଡ ନିବେଶକ ଆଶ୍ୱସ୍ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 26, 2020

ଆରବିଆଇର ଘୋଷଣା ପରେ ମ୍ୟୁଚୁଆଲ ଫଣ୍ଡ ନିବେଶକ ଆଶ୍ୱସ୍ତ!

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ଯାଇ ଦେଶ ଆଗାମୀ ଦିନରେ ଆର୍ଥିକ ସଙ୍କଟ ସାମ୍ନା କରିବାକୁ ଯାଉଛି। ଏହାର ପ୍ରଭାବ ଏବେ ମ୍ୟୁଚୁଆଲ ଫଣ୍ଡ ଉପରେ ପଡ଼ିଛି। ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ କରୋନା ମାଡ଼ରେ ନିଜର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ। ନିକଟରେ ଆମେରିକାର ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ଫ୍ରେକାଲିନ୍ ଟେମ୍ପଲଟନ ଭାରତରେ ଛଅଟି ଫଣ୍ଡ ବନ୍ଦ କରି ଦେଇଛି। ଏହାପରେ ଏହି କମ୍ପାନୀରେ ନିବେଶ କରିଥିବା ନିବେଶକ ଏବଂ ଅନ୍ୟାନ୍ୟ କମ୍ପାନୀରେ ନିବେଶ କରିଥିବା ନିବେଶକ ନିଜ ପୁଞ୍ଜିର ସ୍ଥିତି ନେଇ ଦୋଛକିରେ ପଡ଼ିଛନ୍ତି। ଆମେରିକାର ଏହି କମ୍ପାନୀର ବଜାର ମୂଲ୍ୟ ୨୮ ହଜାର କୋଟି ଟଙ୍କା ରହିଥିବା ସୂଚନା ରହିଛି।

ଏବେ ଆରବିଆଇ ୫୦, ୦୦୦ କୋଟି ଟଙ୍କାର ସ୍ପେଶାଲ ଲିକ୍ୟୁଡିଟି ଫଣ୍ଡ ଘୋଷଣା କରିଛି। ଯାହାକି ନିବେଶକାରୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି। ଆରବିଆଇ କହିଛି ନିବେଶକାରୀଙ୍କ ଆତ୍ମବିଶ୍ୱାସକୁ ମଜବୁତ କରିବାକୁ ଯାଇ ଏଭଳି ସ୍ପେଶାଲ ଲିକ୍ୟୁଡିଟି ଫଣ୍ଡ ଘୋଷଣା କରାଯାଇଛି। କୋଭିଡ-୧୯ ଦ୍ୱାରା ଦେଖାଦେଇଥିବା ଆର୍ଥିକ ସ୍ଥିତିକୁ ନେଇ ଆରବିଆଇ ସଚେତନ ରହିଛି। ଆର୍ଥିକ ସ୍ଥିରତା ଆଣିବା ପାଇଁ ଆରବିଆଇ ସମସ୍ତ ପ୍ରକାର ପଦକ୍ଷେପ ନେଉଛି ବୋଲି କହିଛି।

କରୋନା ସଙ୍କଟ କାରଣରୁ ଲୋକମାନେ ଏବେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ବନ୍ଦ କରିଦେଇଛନ୍ତି। ଏମିତିକି ଟଙ୍କା ଉଠାଇ ନେଉଛନ୍ତି। ଏହାଦ୍ୱାରା କମ୍ପାନୀ ମାନଙ୍କ ପାଖରେ ନଗଦ ଟଙ୍କାର ଅଭାବ ଦେଖାଦେଇଛି। ଏହି କାରଣରୁ କମ୍ପାନୀ ମାନେ ବିଭିନ୍ନ ଫଣ୍ଡ ବନ୍ଦ କରି ଦେଉଛନ୍ତି। ଏବେ ଆରବିଆଇ ଏହି ଲିକ୍ୟୁଡିଟି ଫଣ୍ଡ ଘୋଷଣା କରିବା ପରେ ବିଭିନ୍ନ ପର୍ଯ୍ୟାୟରେ ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରାଯିବ।



from Odisha Reporter https://ift.tt/2W0pPD7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages