ଇର୍‌ଫାନ୍‌ ମୁସଲମାନ ନୁହେଁ, ବ୍ରାହ୍ମଣ ଘରେ ଜନ୍ମ ହେବାର ଥିଲା; କାହିଁକି ଏମିତି କହୁଥିଲେ ତାଙ୍କ ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ଇର୍‌ଫାନ୍‌ ମୁସଲମାନ ନୁହେଁ, ବ୍ରାହ୍ମଣ ଘରେ ଜନ୍ମ ହେବାର ଥିଲା; କାହିଁକି ଏମିତି କହୁଥିଲେ ତାଙ୍କ ବାପା

ମୁମ୍ୱାଇ: ବଲିଉଡ୍‌ରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିପାରୁଥିବା ଅଭିନେତା ଇର୍‌ଫାନ୍‌ ଖାନ୍‌ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା। ଜୟପୁର୍‌ର ଏକ ମୁସଲମାନ ପରିବାରରେ ଜନ୍ମ ହୋଇଥିବା ଇରଫାନ୍‌ଙ୍କ ପୂରା ନାଁ ଥିଲା ସାହବଜାଦେ ଇର୍‌ଫାନ୍‌ ଅଲ୍ଲୀ ଖାନ୍‌। ତାଙ୍କ ବାପା ଜଣେ ଟାୟାର୍‌ ବ୍ୟବସାୟୀ ଥିଲେ।

ଇର୍‌ଫାନ୍‌ଙ୍କ ବିଷୟରେ ଗୋଟିଏ କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ମୁସଲମାନ ପରିବାରରେ ଜନ୍ମ ହୋଇଥିବା ଇର୍‌ଫାନ୍‌ ଛୁଆଟି ଦିନରୁ ଶାକାହାରୀ ଥିଲେ। ତାଙ୍କ ବାପା ପିଲାବେଳୁ ସର୍ବଦା ତାଙ୍କୁ ଏହି କଥା କହି ଚିଡ଼ାଉଥିଲେ ଯେ, ସେ ମୁସଲମାନ ଘରେ ନୁହେଁ ବ୍ରାହ୍ମଣ ଘରେ ଜନ୍ମ ହେବାର ଥିଲା।

ଇର୍‌ଫାନ୍‌ଙ୍କ ଜୀବନ ପ୍ରଥମରୁ ହିଁ ସଂଘର୍ଷମୟ ଥିଲା। National school of drama(NSD)ରେ ଆଡ୍‌ମିଶନ୍‌ ହେବା ପରେ ପରେ ହିଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଇର୍‌ଫାନ୍‌ଙ୍କୁ ଘରୁ ଟଙ୍କା ମିଳିବା ବନ୍ଦ ହୋଇଗଲା। ଏନ୍‌ଏସ୍‌ଡିରୁ ମିଳୁଥିବା ଫେଲୋସିପ୍‌ ଜରିଆରେ ସେ ନିଜର କୋର୍ସ ସମ୍ପୂର୍ଣ୍ଣ କରିଥିଲେ।

ଏହାପରେ ଇର୍‌ଫାନ୍‌ ନିଜର ସହପାଠୀ ସୁତପା ସିକନ୍ଦରଙ୍କୁ ୨୩ ଫେବୃଆରୀ ୧୯୯୫ ମସିହାରେ ବିବାହ କରିଥିଲେ। ଇଣ୍ଡଷ୍ଟ୍ରୀରେ ନିଜ ସଫଳତା ପାଇଁ ସଂଘର୍ଷ କରୁଥିବା ସମୟରେ ସୁତପା ତାଙ୍କ ହାତ ଛାଡ଼ି ନ ଥିଲେ, ସବୁ ସମୟରେ ତାଙ୍କ ସହିତ ଛିଡ଼ା ହୋଇଥିଲେ। ଏଣୁ ଦୁହିଁଙ୍କ ଭିତରେ ରହିଥିବା ଖୁବ୍‌ ନିବିଡ଼ ପ୍ରେମ।

ସୁତପାଙ୍କ ପାଇଁ ସେ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ରାଜି ଥିଲେ। କିନ୍ତୁ ସୁତପାଙ୍କ ପରିବାର ଲୋକ ଦୁହିଁଙ୍କର ବିବାହ ପାଇଁ ସହମତି ଦେଇଥିଲେ। ଏଣୁ ଇର୍‌ଫାନ୍‌ଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ି ନ ଥିଲା।

ଇର୍‌ଫାନ୍‌ ତାଙ୍କ ଅଭିନୟ କ୍ୟାରିୟର୍‌ରେ ଅନେକ ଫିଲ୍ମରେ କାମ କରିଛନ୍ତି। ବଲିଉଡ୍‌ ସହିତ ଇର୍‌ଫାନ୍‌ ହଲିଉଡ୍‌ର ‘ସ୍ପାଇଡର୍‌ ମ୍ୟାନ୍‌’, ‘ଜୁରାସିକ୍‌ ୱାର୍ଲଡ୍‌’, ପରି ଫିଲ୍ମରେ କାମ କରିଛନ୍ତି। ଥରେ ହଲିଉଡ୍‌ ଅଭିନେତା ଟମ୍‌ ହ୍ୟାଙ୍କସ୍‌ ତାଙ୍କର ପ୍ରଶଂସା କରି କହିଥିଲେ, “ଇର୍‌ଫାନ୍‌ଙ୍କ ଆଖି ମଧ୍ୟ ଅଭିନୟ କରୁଛି”।

୨୦୦୫ରେ ହୋଇଥିବା ବଲିଉଡ୍‌ ଫିଲ୍ମ ‘ରୋଗ୍‌’ରେ ଇର୍‌ଫାନ୍‌ଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମ ‘ହାସିଲ୍‌’ ପାଇଁ ଇର୍‌ଫାନ୍‌ଙ୍କୁ ସେହି ବର୍ଷ ‘ବେଷ୍ଟ୍‌ ଭିଲେନ୍‌’ର ଫିଲ୍ମ ଫେୟାର୍‌ ଆୱାର୍ଡ ମିଳିଥିଲା।

ଇର୍‌ଫାନ୍‌ ‘ଲଞ୍ଚବକ୍ସ’, ‘ଗୁଣ୍ଡେ’, ‘ହୈଦର୍‌’, ‘ପିକୁ’ ଏବଂ ‘ହିନ୍ଦୀ ମିଡିୟମ୍‌’ ପରି ଅନେକ ଭଲ ଫିଲ୍ମରେ କାମ କରିଥିଲେ। ଫିଲ୍ମ ‘ପାନ୍‌ ସିଂହ ତୋମାର’ ପାଇଁ ଇର୍‌ଫାନ୍‌ ଖାନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।

୨୦୧୧ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୧୮ରୁ ଇର୍‌ଫାନ୍‌ କ୍ୟାନସର୍‌ରେ ପୀଡ଼ିତ ହୋଇଥିଲେ। ଏଥିପାଇଁ ବିଦେଶ ଯାଇ ଚିକିତ୍ସିତ ହୋଇଥିଲେ।

ଇର୍‌ଫାନ୍‌ଙ୍କ ଅଭିନୟ ଓ ଡାଏଲଗ୍‌ ଡେଲିଭରୀର ଦକ୍ଷତା ପାଇଁ ତାଙ୍କୁ ଦର୍ଶକ ସବୁ ବେଳେ ମନେ ପକାଇବେ।



from Odisha Reporter https://ift.tt/2W7dHQS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages