ଲକ୍‌ଡାଉନ୍‌ରେ ଅସହାୟଙ୍କ ମୁହଁରେ ଦାନା ଦେଉଛନ୍ତି ପୁଲିସ୍‌ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

ଲକ୍‌ଡାଉନ୍‌ରେ ଅସହାୟଙ୍କ ମୁହଁରେ ଦାନା ଦେଉଛନ୍ତି ପୁଲିସ୍‌ ଅଧିକାରୀ

ଉମରକୋଟ( କାର୍ତ୍ତିକ ମଲ୍ଲିକ): ଯିଏ ମୂଲ ଲାଗିଲେ, ଘରେ ଚୁଲି ଜଳେ, ଏବେ ଲକଡାଉନ୍‌ରେ ସେମାନଙ୍କ ପେଟକୁ ଦାନା କିଏ ଦେବ।  ପାଗଳା, ଭିକାରୀ, ଅସହାୟ ମହିଳା ଯେଉଁମାନେ ହୋଟେଲରୁ ମାଗିଯାଚି ଖାଉଥିଲେ, ସେମାନେ କିପରି ବଞ୍ଚିବେ। ଏହି କଥା ମନକୁ ଆନ୍ଦୋଳିତ କରିବାରୁ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଧିକାରୀ ସରିତା ମହାପାତ୍ର ।

ପୁଲିସ୍‌କୁ ସାଧାରଣ ଲୋକେ ଭଲ ଦୃଷ୍ଟିରେ ଦେଖିପାରୁ ନ ଥିବା ବେଳେ ସବୁବେଳେ ପୁଲିସ୍‌ ଓ ସାଧାରଣ ଲୋକଙ୍କ ମଧ୍ୟରେ ଦୂରତା ରହୁଛି। ହେଲେ ଏପରି ଦୂରତାକୁ କମାଇ ପୁଲିସ୍‌ର ଭାବମୂର୍ତ୍ତି ସଜାଡ଼ିବା ସହ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ଏହି ଥାନା ଅଧିକାରୀ ।  ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଞ୍ଚଳରେ ରହୁଥିବା  ଗରିବ ଲୋକେ ଗଣ୍ଡେ ଖାଇବାକୁ ଡହଳ ବିକଳ ହେଉଥିବା ସମୟରେ ସେମାନଙ୍କ ପାଇଁ ସେ ସାଜିଛନ୍ତି ଦେବଦୂତ ।

ଲକଡାଉନ୍‌ ପରଠାରୁ ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ଉପାନ୍ତ ତଥା ମାଓ ପ୍ରବଣ ଅଞ୍ଚଳଗୁଡିକରେ ରାଇଘର ପୁଲିସ୍‌ ଟିମ୍‌ ନିରନ୍ତର ବୁଲି ସେଠାକାର ଲୋକଙ୍କୁ ସଚେତନ କରି ମାସ୍କ୍ ଓ ସାନିଟାଇଜର ବାଣ୍ଟୁଛି।  ନିଜ ଖର୍ଚ୍ଚରେ ପ୍ରତିଦିନ ୫୦ ରୁ ୬୦ ଜଣ ମାନସିକ ଅନଗ୍ରସର, ଭିକାରୀ, ଅନାଥ ଏବଂ ଅତି ଗରିବ ଶ୍ରେଣୀର ଲୋକଙ୍କୁ ରନ୍ଧା ଖାଦ୍ୟ ଏବଂ ରାସନ ଯୋଗାଇ ଆସୁଛନ୍ତି ଥାନା ଅଧିକାରୀ । ତାଙ୍କ ଏଭଳି କାର୍ଯ୍ୟରେ କିଛି କମଚାରୀ ଓ ସ୍ଥାନୀୟ ଯୁବକମାନେ ତାଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।

ମହାମାରୀ କରୋନା ଭୂତାଣୁ ସମଗ୍ର ଦେଶରେ ଆତଙ୍କ ଖେଳାଇଥିବାବେଳେ ଲକଡାଉନକୁ ଏକମାତ୍ର ଉପଚାର ମଣି ସରକାର ସମସ୍ତ ଦୋକାନ ବଜାର ଦୀର୍ଘ ଦିନ ଧରି ବନ୍ଦ  ରଖିଛନ୍ତି । ଏହି ବନ୍ଦର ପ୍ରଭାବ ଅଧିକ ପଡିଛି ନକ୍ସଲ ପ୍ରବଣ ଅଞ୍ଚଳର ଗରିବ ଆଦିବାସୀ ପରିବାର ଉପରେ । ଏହି ସଂକଟ ସମୟରେ ନିରୀହ ଗରିବ ଲୋକଙ୍କ ନିକଟତର ହୋଇ ମାନବିକତାର ପରିଚୟ ଦେବା ସହ  ସମସ୍ତଙ୍କ ପ୍ରିୟ ପାତ୍ର ହେବାରେ ଲାଗିଛନ୍ତି ସରିତା ମହାପାତ୍ର । ତାଙ୍କର ଏଭଳି ଉଦ୍ୟମକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।

ଏ ସମ୍ପର୍କରେ ରାଇଘର ଥାନା ଅଧିକାରୀ ସରିତା ମହାପାତ୍ର କହିଛନ୍ତି, ଲକ୍‌ଡାଉନ ଯୋଗୁ ବହୁ ଲୋକଙ୍କ କାମଧନ୍ଦା ବନ୍ଦ ହୋଇଗଲା। ସେମାନଙ୍କ ଚୁଲି କିପରି ଚଳିବ ଭାବି ଏପରି ପଦକ୍ଷେପ ନେଲୁ।  ଜଙ୍ଗଲ ଭିତରେ ରହୁଥିବା ଲୋକେ ରାଇଘର ଆସି ଜିନିଷ କିଣି ନେଇପାରୁ ନାହାନ୍ତି। ତେଣୁ ସେମାନଙ୍କୁ କିଛି ଶୁଖିଲା ରାସନ ଦେଉଛୁ। ପୁଲିସ୍‌ ଓ ସାଧାରଣ ଲୋକଙ୍କ ଭିତରେ ଥିବା ଦୂରତା ଦୂର କରିବାକୁ ପଦକ୍ଷେପ ନେଉଛୁ। ଫଳରେ ଆମେ ଲୋକଙ୍କ ନିକଟତର ହେବାରେ ଲାଗିଛୁ।   ସେମାନେ ନିର୍ଭୟରେ ପୁଲିସ୍‌ ପାଖକୁ ଆସିପାରିବେ। ପୁଲିସ୍‌କୁ ନିଜ ସୁଖଦୁଃଖର ଭାଗିଦାର କରିପାରିବେ।  ”



from Odisha Reporter https://ift.tt/2YtWqUy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages