180 MP କ୍ୟାମେରା ସହ ଲଞ୍ଚ୍ ହେଲା Motorola edge+ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

180 MP କ୍ୟାମେରା ସହ ଲଞ୍ଚ୍ ହେଲା Motorola edge+

ନୂଆଦିଲ୍ଲୀ: ମୋବାଇଲ କମ୍ପାନୀ ମୋଟୋରୋଲା ଭାରତରେ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ Motorola edge plus ଲଞ୍ଚ୍ କରିଛି। ଏହି ସ୍ମାର୍ଟଫୋନରେ ଗାଲାକ୍ସି ଏସ୍ ସିରିଜ୍ ଭଳି କର୍ଭଡ୍‌ ଡିସପ୍ଲେ ରହିଛି। ଏହି ସ୍ମାର୍ଟଫୋନର ବିଶେଷତ୍ତ୍ୱ ହେଉଛି ଏହାର 108 ମେଗାପିକ୍ସେଲ୍ ରିୟର୍ କ୍ୟାମେରା। ଭାରତରେ ଏହି ସ୍ମାର୍ଟଫୋନ୍ ନିକଟରେ ଲଞ୍ଚ୍ ହୋଇଥିବା ଶାଓମି Mi10 ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। କାରଣ ଏଥିରେ ବି 108 ମେଗାପିକ୍ସେଲର ରିୟର କ୍ୟାମେରା ଅଛି।

ଭାରତରେ ମୋଟୋରୋଲା Motorola edge plusର ମୂଲ୍ୟ 74,999 ଟଙ୍କା ରହିଛି। ଏହା କେବଳ ଗୋଟିଏ ଭ୍ୟାରିଆଣ୍ଟ 12GB RAM ଏବଂ 256GB ଷ୍ଟୋରେଜ ସହ ଲଞ୍ଚ୍ କରାଯାଇଛି। ମାର୍ଚ୍ଚ ୨୬ରେ ଏହାର ବିକ୍ରି ଫ୍ଲିପକାର୍ଟ ଏବଂ ଅଫଲାଇନ୍ ଷ୍ଟୋରଗୁଡ଼ିକରେ ଆରମ୍ଭ ହେବ। ତେବେ କମ୍ପାନୀ ଏଥିପାଇଁ ପ୍ରି ବୁକିଂ ମଧ୍ୟ ଆରମ୍ଭ କରିଛି। ଲଞ୍ଚ୍ ଅଫର ଅନୁଯାୟୀ, କମ୍ପାନୀ ଏଥିରେ 7,500 ଟଙ୍କାର ତୁରନ୍ତ ରିହାତି ପ୍ରଦାନ କରୁଛି, କିନ୍ତୁ ଏଥିପାଇଁ ଗ୍ରାହକଙ୍କୁ ଫୋନ୍ କିଣିବା ସମୟରେ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କାର୍ଡ଼ ବ୍ୟବହାର କରିବାକୁ ପଡ଼ିବ।

Motorola edge plusର ଫିଚର୍:

ଏହି ସ୍ମାର୍ଟଫୋନରେ 6.7 ଇଞ୍ଚ ଫୁଲ୍ HD ପ୍ଲସ୍ ଏଣ୍ଡଲେସ୍ ଏଜ୍ ଡିସପ୍ଲେ ଅଛି। ଏଥିରେ 90Hz ରିଫ୍ରେଶ୍ ରେଟ୍ ସହିତ HDR 10+ ର ସପୋର୍ଟ ଦିଆଯାଇଛି। ଏହି ସ୍ମାର୍ଟଫୋନଟି କ୍ୱାଲକମ୍ ସ୍ନାପଡ୍ରାଗନ୍ 865 ପ୍ରୋସେସରରେ ଚାଲିଥାଏ। ଏଥିରେ 12GB RAM ଏବଂ 256GB ଷ୍ଟୋରେଜ୍ ରହିଛି।

ଫଟୋଗ୍ରାଫି ପାଇଁ ଏହାର ପଛରେ କ୍ୱାଡ୍ କ୍ୟାମେରା ସେଟ୍‌ଅପ୍ ଦିଆଯାଇଛି। ଏଥିରେ 108 mpର ପ୍ରାଇମେରୀ ସେନସର୍ ଏକ 16 mpର ଅଲ୍ଟ୍ରା ୱାଇଡ୍ ଲେନ୍ସ, 8 mpର ଟେଲିଫଟୋ ଓ ଏକ TOF 3D ଅର୍ଥାତ ଟାଇମ୍ ଅଫ୍ ଫ୍ଲାଇଟ୍ ସେନ୍‌ସର୍ ରହିଛି। ସେଲ୍‌ଫି ପାଇଁ ଏଥିରେ  25 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

 



from Odisha Reporter https://ift.tt/2zicui2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages