ମୁମ୍ବାଇ: ବର୍ତ୍ତମାନ ସାରା ଦେଶରେ ଲକଡାଉନ ଚାଲିଥିବା ଯୋଗୁ ପ୍ରବାସୀ ଶ୍ରମିକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ପ୍ରବାସୀ ଶ୍ରମିକ ମାଇଲ ମାଇଲ୍ ଚାଲି ନିଜ ଗାଁକୁ ଯାଉଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଡ୍ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରୁଛନ୍ତି। କିଛିଦିନ ତଳେ ସେ ନିଜେ କିଛି ବସ୍ ଯୋଗାଡ଼ କରି ଶ୍ରମିକମାନଙ୍କୁ ଘରକୁ ପଠାଇଥିଲେ। ବର୍ତ୍ତମାନ ସେ ପୁଣିଥରେ ସାହାଯ୍ୟର ହାତ ବଢ଼ାଇଛନ୍ତି। ମୁମ୍ବାଇରେ ଅଟକି ରହିଥିବା ଜଣେ ବ୍ୟକ୍ତି ସହାୟତା ପାଇଁ ଟ୍ୱିଟ୍ କରିଥିବାବେଳେ ସୋନୁ ପଦକ୍ଷେପ ନେଇଥିଲେ।
Varanasi kabhi aaye to chai Zaroor pilaana bhai ❣️ You will get a call now 💕 pack your bags 💼 https://t.co/5WZZJmkMsi
— sonu sood (@SonuSood) May 19, 2020
ମୁମ୍ବାଇର ଗୋରେଗାଓଁରେ ଫସି ରହିଥିବା ଜଣେ ବ୍ୟକ୍ତି ସୋନୁଙ୍କ ସାହାଯ୍ୟ ମାଗି ଟ୍ୱିଟ୍ କରି ଲେଖିଥିଲେ, ‘ମୁଁ ଫର୍ମ ପୂରଣ କରି ଏହାକୁ ଡିଣ୍ଡୋସି ଗୋରେଗାଓଁ ପୁଲିସ୍ ଷ୍ଟେସନରେ ଦାଖଲ କରିଥିଲି ଏବଂ ଉତ୍ତରପ୍ରଦେଶ ସରକାରଙ୍କ ଜନସୁନଭାଇ ଆପରେ ମଧ୍ୟ ପଞ୍ଜୀକୃତ କରିଥିଲି। କିନ୍ତୁ ମୋତେ କେହି ବି ଏଯାଏ ଫୋନ୍ କଲେ ନାହିଁ, ଦୟାକରି ମୋତେ ସାହାଯ୍ୟ କରନ୍ତୁ। ମୁଁ ବାରଣାସୀର ବାସିନ୍ଦା।’ ସୋନୁ ଏହି ବ୍ୟକ୍ତିଙ୍କ ଟ୍ୱିଟ୍ ଉପରେ ପ୍ରତିକ୍ରିୟା ଦେଇଥିଲେ।
ସେ ଏହାକୁ ରିଟ୍ୱିଟ୍ କରି ଲେଖିଥିଲେ, ‘ଯଦି ମୁଁ କେବେ ବାରାଣାସୀକୁ ଯାଏ, ତୁମେ ନିଶ୍ଚିତ ଭାବରେ ଚା’ ପିଆଇବ ଭାଇ, ଏବେ ତୁମକୁ ନିଶ୍ଚିତ କଲ୍ ଆସିବ। ତୁମର ଜିନିଷ ପତ୍ର ବାନ୍ଧିବା ଆରମ୍ଭ କର।’
ସୋନୁଙ୍କ ଏହି ଟୁଇଟ୍ ଉପରେ ଲୋକମାନେ ବହୁତ କମେଣ୍ଟ କରୁଛନ୍ତି ଏବଂ ପ୍ରଶଂସା କରୁଛନ୍ତି। ଦେଶର ଏହି ସଙ୍କଟ ସମୟରେ ସୋନୁ କେବଳ ଯେ ଶ୍ରମିକମାନଙ୍କୁ ଘରକୁ ପଠାଉଛନ୍ତି ତାହା ନୁହେଁ, ଏହା ପୂର୍ବରୁ ସେ ପଞ୍ଜାବର ଡାକ୍ତରରମାନଙ୍କ ପାଇଁ 1500 PPE କିଟ୍ ଦାନ କରିଥିଲେ। ଏହା ବ୍ୟତୀତ ସେ ମୁମ୍ବାଇର ନିଜ ହୋଟେଲକୁ ମଧ୍ୟ ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀମାନଙ୍କୁ ରହିବାକୁ ଦେଇଛନ୍ତି। କେବଳ ଏତିକି ନୁହେଁ, ପବିତ୍ର ରମଜାନ୍ ମାସରେ ପ୍ରତିଦିନ ସେ ଲକଡାଉନରେ ଫସି ରହିଥିବା ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି।
.
from Odisha Reporter https://ift.tt/2zVuAq4
No comments:
Post a Comment