ଅର୍ଥନୀତି ସୁଧାର ପାଇଁ କାଉଣ୍ଟଡାଉନ୍, ଗ୍ରୀନ୍ ଜୋନରେ ଦୌଡ଼ିବ ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

ଅର୍ଥନୀତି ସୁଧାର ପାଇଁ କାଉଣ୍ଟଡାଉନ୍, ଗ୍ରୀନ୍ ଜୋନରେ ଦୌଡ଼ିବ ଦେଶ

ନୂଆଦିଲ୍ଲୀ: ଲକଡାଉନର ପ୍ରଥମ ପର୍ଯ୍ୟାୟ ଘୋଷଣା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଜାନ୍ ହେ ତୋ ଜହାନ ହେ। ଦ୍ୱିତୀୟ ପର୍ଯାୟ ଲକଡାଉନ୍ ବେଳେ ଜାନ୍ ଭି ଜହାନ ଭି। ପ୍ରଥମ ପର୍ଯ୍ୟାୟରେ ଜରୁରୀ ସାମଗ୍ରୀକୁ ଛାଡ଼ି ସାରା ଦେଶ ବନ୍ଦ ଥିଲା। ଦ୍ୱିତୀୟ ପର୍ଯ୍ୟାୟ ବେଳେ କୋହଳ କରି ଗ୍ରାମାଞ୍ଚଳରେ କିଛି କିଛି ସେବା ଉପରୁ କଟକଣା ଉଠାଇଥିଲେ। ଏବେ କେନ୍ଦ୍ର ସରକାର ମେ’ ୩ ପରେ ଲକଡାଉନ୍ ହଟାଇ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନ୍ କରି ଦେଶର ଅର୍ଥନୀତିକୁ ପୁଣି ଖୋଲିବାକୁ ଇସାରା ଦେଇ ଦେଇଛନ୍ତି। ହେଲେ ଏହି ସମୟରେ ମଧ୍ୟ ମାସ୍କ ଏବଂ ସାମାଜିକ ଦୂରତା ନିୟମ ବଳବତ୍ତର ରହିବ।

ଆଜି କେନ୍ଦ୍ର ସରକାର ଦେଶକୁ ତିନୋଟି ଜୋନରେ ବିଭକ୍ତ କରିଛନ୍ତି। ଦେଶରେ ୭୩୩ଟି ଜିଲ୍ଲାରୁ ୧୩୦ଟି ଜିଲ୍ଲା ରେଡ୍ ଜୋନ୍‌ରେ ଥିବାବେଳେ ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନ୍‌ରେ ଓ ୩୧୯ଟି ଜିଲ୍ଲାକୁ ଗ୍ରୀନ୍‌ ଜୋନ୍‌ରେ ରଖିଛି କେନ୍ଦ୍ର। ଏହାର ଅର୍ଥ ଦେଶର ୪୦ ପ୍ରତିଶତ କରୋନାର ଶିକାର ହୋଇନି। ଏବେ ଏହି ୪୦ ପ୍ରତିଶତ ଦେଶର ଅର୍ଥନୀତିକୁ ଆଗକୁ ନେବ। ମେ ୩ ପରେ, ଏହି ୩୧୯ ଜିଲ୍ଲା ଗୁଡ଼ିକରେ କାରଖାନା, ଦୋକାନ, ପରିବହନ ଏବଂ ଅନ୍ୟାନ୍ୟ ସେବା ସହିତ ଛୋଟ ଶିଳ୍ପ ଗୁଡିକ ମଧ୍ୟ ସର୍ତ୍ତ ସହିତ ସମ୍ପୂର୍ଣ୍ଣ ଖୋଲାଯାଇପାରିବ। ଦୁଇ ଦିନ ମଧ୍ୟରେ କେନ୍ଦ୍ର ଏହା ଉପରେ ନିଷ୍ପତ୍ତି ନେଇପାରେ କିନ୍ତୁ ସମ୍ପୃକ୍ତ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରିବ।

ମୋବାଇଲ୍ ଫୋନ୍, ଇଲେକ୍ଟ୍ରୋନିକ୍, ଇଲେକ୍ଟ୍ରିକ୍, ହାର୍ଡୱୟାର୍, ମରାମତି ଦୋକାନ, ଲୁଗା ଦୋକାନ, ରେଷ୍ଟୁରାଣ୍ଟ, ସେଲୁନ୍ ଭଳି ସେବା ମଧ୍ୟ ଗ୍ରୀନ୍ ଜୋନରେ ଖୋଲିବାକୁ ଅନୁମତି ଦିଆଯାଇପାରେ। ହେଲେ ଦୋକାନ ଗୁଡିକ ଭିଡ଼ ଯେମିତି ନରହିବ ସେ ଦିଗରେ ସରକାର ଗାଇଡ ଲାଇନ୍ ଜାରି କରି ପାରନ୍ତି।

ପଞ୍ଜାବ ସରକାର ଲକଡାଉନ୍ ଅବଧି ଅଧିକ ଦୁଇ ସପ୍ତାହ କରିଥିବା ବେଳେ ତେଲେଙ୍ଗାନା ସରକାର ଆଉ ଚାରି ଦିନ ବୃଦ୍ଧି କରିଛନ୍ତି। ଏହି ସମୟରେ କିନ୍ତୁ ପଞ୍ଜାବର ଗ୍ରାମାଞ୍ଚଳର ସମସ୍ତ ଦୋକାନକୁ ୫୦ ପ୍ରତିଶତ କର୍ମଚାରୀ ଏବଂ ଅନ୍ୟାନ୍ୟ ସର୍ତ୍ତରେ ଖୋଲିବାକୁ ଅନୁମତି ଦେଇଛନ୍ତି। ତଥାପି, ସେଲୁନ୍, ସ୍ପା ଭଳି ସେବା ଦୋକାନକୁ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ। ହେଲେ ଗ୍ରୀନ ଜୋନ୍ ବେଳେ ଚା ଏବଂ ତମାଖୁ ଓ ମଦ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯାଇପାରେ।

ମେ ୪ ପରେ ଗ୍ରୀନ୍ ଜୋନରେ ଥିବା ସମସ୍ତ କାରଖାନାଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇପାରେ। ରେଳ ସେବା ବନ୍ଦ ରହିଥିବାରୁ ବସ ସେବା ମଧ୍ୟ ବନ୍ଦ ରହିପାରେ। ହେଲେ ଟ୍ୟାକ୍ସି ସେବା ପାଇଁ ଅନୁମତି ଦେଇପାରନ୍ତି ସରକାର କିଛି ନିର୍ଦ୍ଦଷ୍ଟ ସର୍ତ୍ତ ସହିତ। ତେବେ ଆନ୍ତଃ ରାଜ୍ୟ ଓ ଜିଲ୍ଲା ବସ୍ ସେବା ବନ୍ଦ ରହିପାରେ।

ସେହିପରି ଗ୍ରୀନ ଜୋନରେ ବିବାହ, ଧାର୍ମିକ ସମାରୋହ, ଶୋଭାଯାତ୍ରା ଆଦି ଜନଗହଳିପୂର୍ଣ୍ଣ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଅବଧି ବଢ଼ିପାରେ।



from Odisha Reporter https://ift.tt/3d2lpT8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages