ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଛୁଇଁଲା କରୋନା। ଜିଲ୍ଲାରେ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଦୁଇ ଯୁବକଙ୍କ ଘର ଲେଖାରିଆ ଗାଁରେ। ସେମାନଙ୍କ ବୟସ ଯଥାକ୍ରମେ ୨୨ ଓ ୧୮। ଉଭୟ ତାମିଲନାଡୁରୁ ଫେରିଥିଲେ। ସେମାନେ କରୋନା ପଜିଟିଭ୍ ଭାବେ ଚିହ୍ନଟ ହେବା ପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି।
ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ରେ ପହଞ୍ଚି ଯାଇଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି।
from Odisha Reporter https://ift.tt/35kQcYJ
No comments:
Post a Comment