ପାଲଘର ହତ୍ୟା ଘଟଣା, ପୁଲିସ ଉପରେ ମଧ୍ୟ ହୋଇଥିଲା ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

ପାଲଘର ହତ୍ୟା ଘଟଣା, ପୁଲିସ ଉପରେ ମଧ୍ୟ ହୋଇଥିଲା ଆକ୍ରମଣ

ପାଲଘର: ଗତ ମାସରେ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଗଡ଼ଚିଞ୍ଚଲେରେ ଦୁଇ ସାଧୁ ହତ୍ୟାର ଶିକାର ହୋଇଥିଲେ। ଭିଡ ହତ୍ୟା (ମୋବ୍ ଲିଞ୍ଚିଙ୍ଗ)ରେ ଦୁଇ ସାଧୁ ହତ୍ୟାର ଶିକାର ହୋଇଥିଲେ। ଏବେ ଦୁଇ ସପ୍ତାହ ପରେ ଘଟଣାର ନୂଆ ଖୁଲାସା ହୋଇଛି। ପୁଲିସ ଯେତେବେଳେ ଘଟଣାସ୍ଥଳକୁ ଆସୁଥିଲା ସେତେବେଳେ ରାସ୍ତାରେ ପୁଲିସ ବସ୍ ଉପରକୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ରାସ୍ତାରେ ଆସିବା ବେଳେ ୨୦୦ରୁ ଅଧିକ ଲୋକ ଏକାଠି ହୋଇ ପୁଲିସ ବସ ଉପରକୁ ଆକ୍ରମଣ କରିଥିଲେ ବୋଲି ଜଣାପଡ଼ିଛି। ଆକ୍ରମଣକାରୀ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି। ଏପ୍ରିଲ ୧୬-୧୭ ରାତରି ଏହି ଭିଡ ହତ୍ୟା ହୋଇଥିଲା। ଏହି ଆକ୍ରମଣରେ ଅନେକ ପୁଲିସ ଆହତ ହୋଇଥିଲେ। ଯାହାକି ପୂର୍ବରୁ ଜଣାପଡ଼ିନଥିଲା।

ଇଂରାଜୀ ଖବରକାଗଜ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ପୁଲିସ ପାଲଘରକୁ ଆସିବା ବେଳେ କେନ୍ଦ୍ର ଶାସିତ ଅଞ୍ଚଳ ଦାଦରା ନଗର ହାବେଲି ପାଖରେ ଥିବା ଚିସଦା ଗାଁରେ ଆକ୍ରମଣର ଶିକାର ହୋଇଥିଲା। ହତ୍ୟା ହୋଇଥିବା ସ୍ଥାନରୁ ଚିସଦା ଗାଁର ଦୂରତା ୧୩ କିଲୋମିଟର ଥିଲା। ୧୭ ଏପ୍ରିଲରେ ଏହି ଘଟଣାରେ ମାମଲା ରୁଜୁ ହୋଇଥିଲା ଏବଂ ୨୪ ଏପ୍ରିଲରେ ୧୯ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ସମସ୍ତଙ୍କୁ ଜାମିନ୍ ମିଳିଯାଇଛି। ଏହି ହତ୍ୟା ଘଟଣାରେ ଆଉ ଦୁଇ ଜଣ ମାଷ୍ଟର ମାଇଣ୍ଡ ଗୁରୁବାର ଅଟକ ରହିଛନ୍ତି।

ଦାଦରା ନଗର ହାବେଲିର ଜିଲ୍ଲାପାଳ ସୁନଦୀପ କୁମାର ସିଂହ କହିଛନ୍ତି, ସାଧୁଙ୍କର ହତ୍ୟା ହେବା ପରେ ଗାଁଲୋକେ ୨୦୦-୩୦୦ ଗଛ କାଟି ଜାତୀୟ ରାଜପଥ ବ୍ଲକ କରିଥିଲେ। ଏହାପରେ ପୁଲିସ ବସକୁ ୩ ଘଣ୍ଟା ବନ୍ଧକ କରି ରଖାଯାଇଥିଲା। ବସ୍ ଉପରକୁ ପଥର ମାଡ଼ ହୋଇଥିଲା। ଯେଉଁଥିରେ ଅନେକ ପୁଲିସ ଆହତ ହୋଇଥିଲେ। ଏହି ଘଟଣା ସାଧୁଙ୍କ ହତ୍ୟା ପରେ ହୋଇଛି। ଏହା ଏକ ଅଲଗା ଘଟଣା ହୋଇଥିଲେ ମଧ୍ୟ ମହାରାଷ୍ଟ୍ର ସିଆଇଡିକୁ ଏ ବାବଦରେ ଅବଗତ କରାଯାଇଛି ବୋଲି ଏସପି ଶରଦ ଦରାଦେ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୧୬ରେ ଏକ ଅନ୍ତିମ ସଂସ୍କାରରେ ସାମିଲ୍ ହେବାକୁ ଦୁଇ ଜଣ ସାଧୁ ଯାଉଥିଲେ। ଏହି ସମୟରେ ଦୁଇ ସାଧୁଙ୍କୁ ଚୋର ବୋଲି କହି ଗାଁ ଲୋକେ ପିଟି ପିଟି ହତ୍ୟା କରି ଦେଇଥିଲେ। ଏବେ ଏହି ମାମଲାର ତଦନ୍ତ ମହାରାଷ୍ଟ୍ର ସିଆଇଡି କରୁଛି। ସିଆଇଡି ଏବେ ପାଞ୍ଚ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟରେ ହାଜର କରିଥିଲା। ୧୩ ମେ’ ଯାଏ ଏହି ୫ ଜଣଙ୍କୁ ନିଜ ହେପାଜତକୁ ସିଆଇଡି ନେଇଛି।



from Odisha Reporter https://ift.tt/2z3ZkEU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages