ପୋଡ଼ାଗଡ଼ରେ ବଢ଼ିଲା କଣ୍ଟେନମେଣ୍ଟ ଅବଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

ପୋଡ଼ାଗଡ଼ରେ ବଢ଼ିଲା କଣ୍ଟେନମେଣ୍ଟ ଅବଧୀ

କୋରାପୁଟ( ସୂର୍ଯ୍ୟ ପଣ୍ଡା): କୋରାପୁଟ ଜିଲ୍ଲା ପୋଡ଼ାଗଡ଼ ପଞ୍ଚାୟତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି   ପଞ୍ଚାୟତର ୨୧ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ଗତ ୨୮ ତାରିଖରୁ ପୋଡ଼ାଗଡ଼ର ୩ କିଲୋମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳକୁ  କଣ୍ଟେନମେଣ୍ଟ ଜୋନରେ ରଖାଯାଇଥିଲା।  ଆଜି ମଧ୍ୟାହ୍ନ ୧୨ଟାରେ ସରିବାକୁ ଥିବା ଏହି ଅବଧୀକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହୁରି  ୪୮ ଘଣ୍ଟା ବୃଦ୍ଧି କରାଯାଇଛି । ଅର୍ଥାତ ଆସନ୍ତା ୪ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପୋଡ଼ାଗଡ଼ରେ କଣ୍ଟେନମେଣ୍ଟ ଜୋନ କଟକଣା ବଳବତ୍ତର ରହିବ।

ପୋଡ଼ାଗଡ଼ ପଞ୍ଚାୟତର ୨୧ଟି ଗାଁରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଆବଶ୍ୟକ ସ୍ଥଳେ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଓରମାସ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ସୁଲଭ ଦରରେ ଗାଁ ମୁଣ୍ଡରେ ବିକ୍ରି କରିବାର ବ୍ୟବସ୍ଥା କରାଯାଇଛି । ଗାଁ ମୁଣ୍ଡକୁ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଡାକିବା ପରେ ଗ୍ରାମବାସୀ ଜଣ ଜଣ କରି ଗେଟ୍ ନିକଟକୁ ଆସି ଆଳୁ, ପିଆଜ, ସାବୁନ, ତେଲ ଭଳି ଜିନିଷ କିଣୁଛନ୍ତି।



from Odisha Reporter https://ift.tt/35lLv0T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages