କାନପୁର: ମହାମାରୀ କରୋନା ଭାଇରସ ସମଗ୍ର ଦେଶରେ ଲକଡାଉନ ଜାରି ରହିଛି। ଏହି କାରଣରୁ ହଜାର ହଜାର ବାହାଘର କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। କିନ୍ତୁ ଜଣେ ୧୯ ବର୍ଷୀୟ କନ୍ୟା ଆଗରେ କରୋନା ଲକଡାଉନ କୌଣସି ପ୍ରକାରର ପ୍ରଭାବ ଦେଖାଇ ପାରିନାହିଁ।
କନ୍ୟା ଜଣଙ୍କ ଦୀର୍ଘ ୮୦ କିମି ବାଟ ଚାଲିଚାଲି ନିଜ ବର ଘରେ ପହଞ୍ଚିବା ସହ ତାଙ୍କୁ ବିବାହ କରିଛନ୍ତି। ବାହାଘର ବେଳେ ଉଭୟ ବର ଓ କନ୍ୟା ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।
କାନପୁର ଦେହାତର ମଙ୍ଗଳପୁରର ୧୯ ବର୍ଷୀୟ ଗୋଲଡିଙ୍କ ବାହାଘର ବୈସାପୁର ଗାଁର ୨୩ ବର୍ଷୀୟ ବୀରେନ୍ଦ୍ର କୁମାର ରାଠୋରଙ୍କ ସ୍ଥିର ହୋଇଥିଲା। ତେବେ କରୋନା ଲକଡାଉନ ଯୋଗୁ ଉଭୟ ବର ଓ କନ୍ୟା ଘରର ଲୋକ ବାହାଘର ତାରିଖକୁ ବଦଳାଇ ଦେଇଥିଲେ। ହେଲେ ଗୋଲଡି ନିଜ ପରିବାର ଲୋକଙ୍କୁ କୌଣସି ସୂଚନା ନ ଦେଇ ଦୀର୍ଘ ୮୦ କିମି ବାଟ ଚାଲିଚାଲି ଯାଇ ବୀରେନ୍ଦ୍ରଙ୍କ ଘରେ ବିବାହ ପାଇଁ ପହଞ୍ଚି ଯାଇଥିଲେ।
ଏକଥା ବୀରେନ୍ଦ୍ର କିମ୍ବା ତାଙ୍କ ପରିବାର ଲୋକ ମଧ୍ୟ ଜାଣି ନଥିଲେ। ଗୋଲଡିଙ୍କୁ ଘର ପାଖରେ ଦେଖି ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ତେବେ ସେମାନେ ତାଙ୍କୁ ସ୍ୱାଗତ କରିବା ସହ ଲକଡାଉନ କଟକଣା ଓ ସାମାଜିକ ଦୂରତା ସହ ବୀରେନ୍ଦ୍ରଙ୍କ ସହ ବିବାହ କରାଇଥିଲେ। ଦମ୍ପତିଙ୍କ ସମର୍ଥନରେ ଗାଁ ଲୋକମାନେ ମଧ୍ୟ ଆଗେଇ ଆସିଥିଲେ।
ଗୋଲଡି କହିଛନ୍ତି, “ଆମ ବାହାଘର ମେ’ ୪ ତାରିଖରେ ସ୍ଥିର ହୋଇଥିଲା। କିନ୍ତୁ କରୋନା ଲକଡାଉନ ଯୋଗୁ ଏହା ସ୍ଥଗିତ ରହିଥିଲା। ମେ’ ୧୭ ପରେ କିଛି ଆଶ୍ୱସ୍ତ ମିଳିବ ବୋଲି ଆଶା କରିଥିଲୁ। ହେଲେ ଲକଡାଉନ ପୁଣି ବଢ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଆମ ପରିବାର ଲୋକ ବାହାଘରକୁ ପୁଣିଥରେ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ।
କିନ୍ତୁ ମୁଁ ଆମ ବାହାଘରରା କରୋନା ବାଧକ ନ ସାଜୁ ବୋଲି ଲକ୍ଷ୍ୟ ରଖି ବୀରେନ୍ଦ୍ରଙ୍କ ଘରେ ପହଞ୍ଚି ଯାଇଥିଲି। ବୁଧବାର ଭୋର ସମୟରୁ ମୁଁ ଚାଲିବା ଆରମ୍ଭ କରିଥିଲି। ବିଳମ୍ବିତ ସନ୍ଧ୍ୟାରେ ସେଠାରେ ପହଞ୍ଚିଥିଲି। ଏହାପରେ ଗୁରୁବାର ଦିନ ଗାଁର ମନ୍ଦିରରେ ବୀରେନ୍ଦ୍ରଙ୍କ ସହ ମୋର ବିବାହ ହୋଇଛି। ଦୀର୍ଘ ୧୨ ଘଣ୍ଟା କାଳ ମୁଁ ଚାଲିଥିଲେ ହେଁ କୌଣସି ଖାଦ୍ୟ ଖାଇ ନଥିଲି। କେବଳ ପାଣି ପିଇ ମୁଁ ବୀରେନ୍ଦ୍ରଙ୍କ ଘରେ ପହଞ୍ଚିଥିଲି।”
from Odisha Reporter https://ift.tt/2ZBc5C2
No comments:
Post a Comment