ନୟାଗଡ଼ (ଓଡ଼ିଶା ରିପୋର୍ଟର): ଆଉ ଜଣେ ସରପଞ୍ଚ ପ୍ରୟୋଗ କରିଛନ୍ତି ଜିଲ୍ଲାପାଳଙ୍କ କ୍ଷମତା ଏବଂ ନିଜ ପଞ୍ଚାୟତକୁ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସରପଞ୍ଚଙ୍କ ନାଁ ଝିଲି ପ୍ରଧାନ। ସେ ନୟାଗଡ଼ ଜିଲ୍ଲା କୁରାଳ ପଞ୍ଚାୟତର ସରପଞ୍ଚ ଅଛନ୍ତି।
କରୋନା ସଂକ୍ରମଣ ବଢ଼ିଥିବାରୁ ଏହାକୁ ରୋକିବା ପାଇଁ ଆଜି ସଂଧ୍ୟା ୬ଟାରୁ ୪୮ ଘଣ୍ଟା ପାଇଁ ସେ ପୂରା ପଞ୍ଚାୟତକୁ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଲୋକେ ଘରରୁ ବାହାରିବେନି। କଡ଼ାକଡ଼ି ଭାବେ ଏହି ନିୟମକୁ ପାଳନ କରିବାକୁ ସଆ ନିର୍ଦ୍ଦେଶ ଜାରି କରିଛନ୍ତି।
କୁରାଳ ପଞ୍ଚାୟତରେ ପ୍ରବାସୀଙ୍କ ଫେରିବା ସଂଖ୍ୟା ବଢ଼ିଛି। ଏହାକୁ ମଧ୍ୟ ଦୃଷ୍ଟିରେ ରଖି ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ନୟାଗଡ଼ ଜିଲ୍ଲାରେ ପୁଣି ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂଖ୍ୟା ୨୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁସ୍ଥ ହୋଇଛନ୍ତି।
from Odisha Reporter https://ift.tt/2XlnIuo
No comments:
Post a Comment