ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ କନ୍ୟା ଥିବା ଜଣାଯାଇଛି। ରକ୍ତ ଓ ସ୍ୱାବ୍ ଟେଷ୍ଟ ପରେ ଶିଶୁଟି କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ ଯୋଗେ ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି।
ଗତକାଲି ଉକ୍ତ ପରିବାରର ଜଣେ ୫ ବର୍ଷର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ। ବାହାର ରାଜ୍ୟରୁ ଫେରି ଉକ୍ତ ପରିବାର କ୍ୱାରେଣ୍ଟାଇନ୍ରେ ଥିଲେ ।
ଏହାବ୍ୟତୀତ ବ୍ରଜରାଜନଗରର ଜଣେ ୪୦ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିବା ବେଳେ ସେ ମହାରାଷ୍ଟ୍ରରୁ ଫେରିଥିବା ଜଣାଯାଇଛି। ଉକ୍ତ ବ୍ୟକ୍ତିଜଣକ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ନମୁନା ପରୀକ୍ଷା ପରେ ତାଙ୍କର ପଜିଟିଭ ଆସିଥିବା ଜିଲ୍ଲାପାଳ ଗଣମାଧ୍ୟମକୁ ଜଣାଯାଇଛି।
ଝାରସୁଗୁଡ଼ା ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଲା।
from Odisha Reporter https://ift.tt/36zPRCh
No comments:
Post a Comment