‘ମନମୋହନ ସିଂହ ଭଲ ପ୍ରଧାନମନ୍ତ୍ରୀ ଥିଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 7, 2020

‘ମନମୋହନ ସିଂହ ଭଲ ପ୍ରଧାନମନ୍ତ୍ରୀ ଥିଲେ’

ମୁମ୍ବାଇ: ବଲିଉଡରେ ଏଭଳି ଅନେକ ତାରକା ଅଛନ୍ତି, ଯେଉଁମାନେ କୌଣସି ବିବାଦରେ ଫସିବାକୁ ଚାହାନ୍ତି ନାହିଁ। ଏଣୁ କୌଣସି ଘଟଣା ବା ପରିସ୍ଥିତି ନେଇ କେବେ ବି କୌଣସି ପ୍ରତିକ୍ରିୟା ରଖନ୍ତି ନାହିଁ। ହେଲେ ଏହାର ବିପରୀତରେ ଅନେକ ଏଭଳି ତାରକା ବି ଅଛନ୍ତି, ଯେଉଁମାନେ ନିଜ ରୋକଠୋକ୍, ବେପରୁଆ ବା ବିବାଦୀୟ ବୟାନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ତେବେ ବଲିଉଡ୍ ଲୋକପ୍ରିୟ ନିର୍ଦ୍ଦେଶକ ଅନୁଭବ ସିହ୍ନା ମଧ୍ୟ ନିଜ ରୋକଠୋକ୍ ମନ୍ତବ୍ୟ ପାଇଁ ଖୁବ୍ ଲୋକପ୍ରିୟ।

ଗୁରୁବାର ଅନୁଭବଙ୍କ ଏକ ଟ୍ୱିଟକୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି। ବର୍ତ୍ତମାନ କେନ୍ଦ୍ରରେ ମୋଦି ସରକାର ଥିବା ବେଳେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ମନେପକାଇଛନ୍ତି। ଅନୁଭବଙ୍କ ଏହି ଟ୍ୱିଟ୍ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଅନୁଭବ ଟ୍ୱିଟ୍ କରି କହିଛନ୍ତି, ମନମୋହନ ସିଂହ ଜଣେ ଭଲ ପ୍ରଧାନମନ୍ତ୍ରୀ ଥିଲେ।

ସେହିପରି ଆଉ ଏକ ଟ୍ୱିଟରେ ଅନୁଭବ ଲେଖିଛନ୍ତି ଯେ, ଲକଡାଉନ୍ ଦ୍ୱାରା ସମସ୍ୟା ସମାଧାନ ହେବାର ନ ଥିଲା। ଲକଡାଉନ୍ କରିକି ସମସ୍ୟା ସମାଧାନ କରିବାର ଥିଲା। ଏହି ଟ୍ୱିଟ୍ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଅନୁଭବ ବଲିଉଡ୍ ନିର୍ଦ୍ଦେଶକ ହେଲେ ବି ସମୟ ସମୟରେ ଦେଶର ମାହୋଲକୁ ନେଇ ରୋକଠୋକ୍ ମନ୍ତବ୍ୟ ଦେଇଥାନ୍ତି। ରାଜନୈତିକ, ସାମାଜିକ, ଆର୍ଥିକ ପରିସ୍ଥିତିକୁ ନେଇ ଅନୁଭବ ପ୍ରାୟତଃ ଟ୍ୱିଟ୍ କରନ୍ତି। କିଛି ସମୟ ପୂର୍ବେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଥପ୍ପଡ୍’ ରିଲିଜ୍ ହୋଇସାରିଛି। ବଲିଉଡ୍ ଅଭିନେତ୍ରୀ ତାପସୀ ପାନୁ ଏଥିରେ ମୁଖ୍ୟ ଭୂମିକାରେ ନଜରକୁ ଆସିଥିଲେ। ଫିଲ୍ମର କଥାବସ୍ତୁ ଘରୋଇ ହିଂସା ଉପରେ ଆଧାରିତ ଥିବାବେଳେ ବକ୍ସ ଅଫିସରେ ସଫଳ ମଧ୍ୟ ରହିଥିଲା।



from Odisha Reporter https://ift.tt/35GYaLN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages