ମେ’ ଶେଷ ଯାଏ ବଢ଼ିପାରେ ଲକଡାଉନ,ସଙ୍କେତ ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 7, 2020

ମେ’ ଶେଷ ଯାଏ ବଢ଼ିପାରେ ଲକଡାଉନ,ସଙ୍କେତ ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: କରୋନା ପାଇଁ ୩ଟି ପର୍ଯ୍ୟାୟରେ ଦେଶରେ ୬୪ ଦିନିଆ ଲକଡାଉନ ଲାଗୁ କରାଯାଇଛି। ଏହା ଆସନ୍ତା ୧୭ ତାରିଖ ମଧ୍ୟରାତ୍ରରେ ଶେଷ ହେବ। କିନ୍ତୁ ଏହାପରେ ବି ଲକଡାଉନ ଅବଧି ବୃଦ୍ଧି ହେବାର ସଙ୍କେତ ମିଳିଛି।

ଦେଶରେ ଲକଡାଉନ ଅବଧି ବୃଦ୍ଧି କରାଯାଉଥିଲେ ହେଁ କରୋନା ଥମିବାର ନାଁ ଧରୁନି। ବରଂ ଦିନକୁ ଦିନ ଏହା ଦ୍ରୁତଗତିରେ ମାଡ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉନ ବୃଦ୍ଧି କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି।

ପୂର୍ବରୁ ତେଲେଙ୍ଗାନା ସରକାର ମେ’ ୨୯ ତାରିଖ ଯାଏ ଲକଡାଉନ ଅବଧି ବୃଦ୍ଧି କରିସାରିଛନ୍ତି। ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକଡାଉନ ବୃଦ୍ଧି ସମ୍ପର୍କରେ ସଙ୍କେତ ଦେଇଛନ୍ତି। କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଏହି କାରଣରୁ ମୁଖ୍ୟମନ୍ତ୍ରୀ ଠାକରେ ମେ’ ଶେଷ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଧବ ସର୍ବଦଳୀୟ ବୈଠକ କରିଥିଲେ। କରୋନା ସ୍ଥିତିକୁ ନେଇ ସବୁ ଦଳଗୁଡ଼ିକ ସହ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ଆଲୋଚନା ବେଳେ ମହାରାଷ୍ଟ୍ରରେ ମେ’ ଶେଷ ଯାଏ ଲକଡାଉନ ବଳବତ୍ତର ରଖିବା ସପକ୍ଷରେ ସେ ମତଦେଇଛନ୍ତି। ବିଶେଷ କରି ମୁମ୍ବାଇ ଓ ପୁଣେରେ ଲକଡାଉନକୁ ଆହୁରି କଡ଼ାକଡ଼ି କରିବା ସପକ୍ଷରେ ସରକାର ରହିଛନ୍ତି। କାରଣ ଏହି ଦୁଇଟି ସ୍ଥାନରୁ ମହାରାଷ୍ଟ୍ରର ୯୦% କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ତେଣୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ରାଜ୍ୟ ସହ ସମଗ୍ର ଦେଶରେ ଲକଡାଉନ ଅବଧିକୁ ବୃଦ୍ଧି କରିବା ସପକ୍ଷରେ ରହିଥିବା ସର୍ବଦଳୀୟ ବୈଠକରେ କହିଛନ୍ତି। ଏହାକୁ ମଧ୍ୟ ବିଜେପି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦଳ ପାଇଁ ସମର୍ଥନ କରିଥିବା ଜଣାପଡ଼ିଛି।

ମହାରାଷ୍ଟ୍ରରେ ୧୭ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୯୪ ଜଣଙ୍କ ମୃତ୍ୟୁ ହୋଇଛି।



from Odisha Reporter https://ift.tt/2SLTpLS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages