ଘରେ ପହଞ୍ଚି ପାରିଲେନି, ଅଧା ରାସ୍ତାରେ ଟଳି ପଡ଼ିଲେ ପ୍ରବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ଘରେ ପହଞ୍ଚି ପାରିଲେନି, ଅଧା ରାସ୍ତାରେ ଟଳି ପଡ଼ିଲେ ପ୍ରବାସୀ

ସୋର(ଶଶିକାନ୍ତ ବେହେରା): ଲକଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ଘରେ ପହଞ୍ଚିବାକୁ ହଜାର ହଜାର ମାଇଲ ଚାଲିବାକୁ ଗୋଡ଼ କାଢ଼ୁଛନ୍ତି। ହେଲେ ବାଟରେ କିଏ କେଉଁଠି ଟଳି ପଡ଼ୁଛି, ତା’ର ହିସାବ ରହୁନି। ଏପରି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ସୋର ନିକଟରେ ଦେଖିବାକୁ ମିଳିଛି।

ହାଇଦ୍ରାବାଦରୁ ବାହାରି ପଶ୍ଚିମବଙ୍ଗ ଯାଉଥିବା ବେଳେ ଅଧାବାଟରେ ଆଖି ବୁଜିଛନ୍ତି ଜଣେ ପ୍ରବାସୀ ଶ୍ରମିକ। ମୃତକଙ୍କ ନାଁ ଆୟାର ମହମ୍ମଦ। ତାଙ୍କ ଘର ପଶ୍ଚିମବଙ୍ଗର ବିରଭୂମୀ ଭବାନୀପୁର ଅଞ୍ଚଳରେ।

ସୂଚନା ଅନୁସାରେ, ଆୟାର ହାଇଦ୍ରାବାଦରୁ ନିଜ ପୁତୁରାଙ୍କ ସହ ପଶ୍ଚିମବଙ୍ଗକୁ ଯାଉଥିଲେ। କିଛି ବାଟ ଟ୍ରକରେ ଯିବା ପରେ ସେମାନେ ଚାଲି ଚାଲି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲେ। ତେବେ ବାଲେଶ୍ୱର ଜିଲ୍ଲା  ସୋର ଥାନା ଅନ୍ତର୍ଗତ  ଜାତୀୟ ରାଜପଥ ବରଫ ଛକ ନିକଟରେ ଆୟାର ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ସେମାନେ ଗତକାଲି ରାତିରେ ସେଠାରେ ରହିଯାଇଥିଲେ। ହେଲେ ଆଜି ସକାଳେ ଆୟାରଙ୍କୁ ତାଙ୍କ ପୁତୁରା ଡାକିବାରୁ ସେ ଉଠି ନଥିଲେ।

ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସୋର ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।



from Odisha Reporter https://ift.tt/3gz70QY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages