ଓକିଲଙ୍କୁ କଳା କୋଟ୍ ଓ ଗାଉନ୍‌ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

ଓକିଲଙ୍କୁ କଳା କୋଟ୍ ଓ ଗାଉନ୍‌ ମନା

କଟକ(ଓଡ଼ିଶା ରିପୋର୍ଟର): ଶୁଣାଣି ସମୟରେ  କୋଟ୍ ଓ ଗାଉନ ନ ପିନ୍ଧିବାକୁ ହାଇକୋର୍ଟ ଓକିଲଙ୍କୁ ପରାମର୍ଶ ଦେଲେ ମୁଖ୍ୟ ବିଚାରପତି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସେ ଆଇନଜୀବୀଙ୍କୁ ଏପରି ପରାମର୍ଶ ଦେଇଥିବା ଜଣାଯାଇଛି ।

କଳା କୋଟ୍, ଗାଉନ୍ ପରିବର୍ତ୍ତେ  ଧଳା ସାର୍ଟ, ସାଲଓ୍ୱାର କମିଜ୍ ପିନ୍ଧିବାକୁ ଓକିଲଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ମହିଳା ଓକିଲଙ୍କୁ ଧଳା ଶାଢ଼ି ସହ ସାଦା ଧଳା ନେକ୍ ବ୍ୟାଣ୍ଡ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ବିଚାରପତି ।  ପରବର୍ତ୍ତୀ ନୋଟିସ୍ ଯାଏ ଏହି ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଗତକାଲି ସୁପ୍ରିମକୋର୍ଟ ବିଚାରପତି ଏବଂ ଓକିଲଙ୍କୁ ବି ସମାନ ନିର୍ଦ୍ଦେଶ ଜାରି ହୋଇଛି । କଳା କୋଟ୍ ଓ ଜ୍ୟାକେଟ୍ ପିନ୍ଧିବା ଅନୁଚିତ୍ ବୋଲି କହିଥିଲେ ପ୍ରଧାନ ବିଚାରପତି।



from Odisha Reporter https://ift.tt/3fS9Lwg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages